ବାଇକ୍ ଦୁର୍ଘଟଣା, ଗୁରୁତର ଆରୋହି ମେଡିକାଲରେ ଭର୍ତ୍ତି

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ୱର ଜିଲ୍ଲା ଖଇରା ଥାନା କୁପାରୀ ରାଣୀତାଲ ରୋଡର ପାଣିଛତ୍ର ଓ ଡୁଙ୍ଗୁରା ମଝିରେ ଗତକାଲି ରାତିରେ ଘଟିଥିଲା ବାଇକ୍ ଦୁର୍ଘଟଣା । ଯାହାର କାରଣ ଥିଲା ଗୃହ ନିର୍ମାଣ ସାମଗ୍ରୀ(ଚିପ୍ସି) ଦ୍ବାରା ରାସ୍ତା ଅବରୋଧ ।
ଖବର ସଂଗ୍ରହରୁ ଜଣାପଡିଛିକି ସିମୁଳିଆ ଥାନା ଅଡ଼ା ନିକଟ ମମିନାବାଦ ଗ୍ରାମର ସୁଦର୍ଶନ ସେଠୀ ଓ ଭଦ୍ରକ ଜିଲ୍ଲା ବନ୍ଧଗାଁ ପଞ୍ଚାୟତର କହ୍ନେଇ ସେଠୀ କୌଣସି ଏକ କାମରେ କୁପାରୀ ଆସିଥିଲେ ।

କାମସାରି ଉଭୟ ଗୋଟିଏ ବାଇକରେ ଘରକୁ ଫେରୁଥିଲେ । ଠିକ୍ ଏହି ସମୟରେ କୌଣସି କାରଣ ବଶତଃ ବେଆଇନ ଭାବେ ରାସ୍ତାରେ ଢଳାଯାଇଥିବା ଚିପ୍ସି ଗଦାକୁ ବାଇକଟି ଜୋରରେ ଧକ୍କା ଦେଇଥିଲା । ଆରୋହି ଦ୍ବୟ ତଳେ ପଡି ଗୁରୁତର ହୋଇ ଯାଇଥିଲେ । ଖବରପାଇ ଅଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାଇକ୍ ଆରୋହିଙ୍କୁ ଚିକିତ୍ସା ପାଇଁ ସିମୁଳିଆ ମେଡିକାଲକୁ ନେଇଥିଲେ ।

ଏହିପରି ଘଟଣା ବ୍ଲକ ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୈନିକ ପ୍ରାୟ ଦେଖିବାକୁ ମିଳୁଛି । ପ୍ରଶାସନର ଏଥିପ୍ରତି ନଜର ନାହିଁ । ଯଦି ପ୍ରଶାସନ ଏଥିପ୍ରତି ସତର୍କ ଦୃଷ୍ଟି ଦିଅନ୍ତା ଏଭଳି ଘଟଣା ଘଟନ୍ତା ନାହିଁ କି କେହି ମେଡିକାଲକୁ ଯାଆନ୍ତେ ନାହିଁ । କେବଳ ପ୍ରଶାସନର ଅବହେଳା ପାଇଁ ବେଆଇନ ରାସ୍ତା ଅବରୋଧ ବଢିବାରେ ଲାଗିଛି । ଏଭଳି ଘଟଣା ପୁନର୍ବାର ନ ଘଟିବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published.