ରାଜଗାଙ୍ଗପୁର ସହରକୁ ପଶିଲେ ହାତୀପଲ, ଲୋକେ ଆତଙ୍କିତ

ରାଜଗାଙ୍ଗପୁର, (ଦଶରଥ ପୋଡ଼): ଜଙ୍ଗଲ ନଷ୍ଟ ହେବାରୁ ହାତୀପଲ ଖାଇବାକୁ ନପାଇ ଏବଂ ନିଜକୁ ସୁରକ୍ଷିତ ମନେ ନକରି ବାଧ୍ୟ ହୋଇ ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ହେଉଛନ୍ତି । ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ରାଜଗାଙ୍ଗପୁର ଉପକଣ୍ଠ ‌ଲିପଲୋଇ ପୋଲପାଖରେ । ସକାଳୁ ସକାଳୁ ଏକ ଆଠଟିକିଆ ହାତୀପଲ ଏହି ପୋଲ ପାଖରେ ଥିବା ବୁଦୁବୁଦିଆ ନଦୀ କୂଳରେ ବୁଲୁଥିବାର କେତେକ ଲୋକ ଦେଖିଥିଲେ ।

ଏହି ଖବର‌ ଶୁଣି ହାତୀ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ରାଜଗାଙ୍ଗପୁର ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ପାଖକୁ ନ ଯିବାପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ଏହି ହାତୀ ପଲ ଯେମିତି କୌଣସି ଧନଜୀବନ କ୍ଷତି ନ ପହଞ୍ଚାଇବେ ସେଥିପାଇଁ ହାତୀପଲ ଉପରେ ବନବିଭାଗ ତୀକ୍ଷ୍ଣ ନଜର ରଖିଛନ୍ତି । ସୁଚନା ଥାଉକି ଏହି ଆଠଟିକିଆ ହାତୀପଲରେ ବଡ଼ ହାତୀ ଥିବା ବେଳେ ଦୁଇ ଛୁଆ ‌ହାତୀ ଅଛନ୍ତି ।

Leave a Reply

Your email address will not be published.