ନିୟନ୍ତ୍ରଣାଧିନ କରୋନାକୁ ଦେଖି ସ୍କୁଲ ଖୋଲିବାକୁ ସୁପାରିଶ କଲା ରାଜ୍ୟ ଶିଶୁ ଆୟୋଗ

ଭୂବନେଶ୍ବର: ଚଳିତ ଶିକ୍ଷାବର୍ଷ କରୋନା ମହାମାରୀ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ଧିରେ ଧିରେ ସମସ୍ତ ଶ୍ରେଣୀ ଖୋଲୁଛି । ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିଥିବା ବେଳେ ଏହାପରେ ନବମ ଶ୍ରେଣୀ ଖୋଲିଛି । ଜୁଲାଇ ୨୬ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିଥିଲା । ଏହାପରେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିଛି । ଏବେ କରୋନା ସ୍ଥିତିକୁ ବିଚାର କରି ରାଜ୍ୟ ଶିଶୁ ଆୟୋଗ ସ୍କୁଲ୍‌ ଖୋଲିବାକୁ ସୁପାରିଶ କରିଛନ୍ତି । ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଗଣଶିକ୍ଷା ବିଭାଗକୁ ଆୟୋଗ ସୁପାରିଶ କରିଥିବା ସୂଚନା ଦେଇଛନ୍ତି। 

କରୋନା ପାଇଁ ଚଳିତ ବର୍ଷ ଅଧିକ ପ୍ରଭାବିତ ହୋଇଛି ଶିକ୍ଷାବର୍ଷ ତେଣୁ ସେଥିପାଇଁ କରୋନା ସ୍ଥିତିକୁ ବିଚାର କରି ରାଜ୍ୟ ଶିଶୁ ଆୟୋଗ ସ୍କୁଲ୍‌ ଖୋଲିବାକୁ ସୁପାରିଶ କରିଛନ୍ତି ।  କରୋନା ପାଇଁ ଅନଲାଇନ୍ ରେ ପାଠପଢା ହେଉଥିବା ବେଳେ ଏବେ କ୍ଲାସ୍ ରୁମ୍ ପାଠ ପଢ଼ା ପାଇଁ ଅନୁଧ୍ୟାନ କରାଯାଉଛି ।

Leave a Reply

Your email address will not be published.