ବର୍ଷା ସତ୍ତ୍ବେବି ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

ବାଲେଶ୍ବର, (ନାଗରାଜ ନ୍ଯୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରି ଚାଲିଛନ୍ତି । ସେହି ପରିପ୍ରେକ୍ଷୀରେ ଆଜି ଗୋବିନ୍ଦପୁର ପଞ୍ଚାୟତରେ ବୁଲି ବୁଲି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଛନ୍ତି । ପାଖା ପାଖି ପ୍ରାୟ ୪୦ ଲକ୍ଷ ଟଙ୍କାର ପ୍ରକଳ୍ପରୁ ୧୫ ଲକ୍ଷ ଟଙ୍କାର ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିବା ସହ ନୂତନ ଭାବେ ନିର୍ମିତ ହୋଇଥିବା ଗୋବିନ୍ଦପୁର ଗୋଷ୍ଠୀ ଶୌଚାଳୟର ଶୁଭ ଉଦଘାଟନ କରିଛନ୍ତି ।

ଯଥା ଶୀଘ୍ର ଅନ୍ୟ ପ୍ରକଳ୍ପ ଗୁଡିକର ମଧ୍ୟ ଶୁଭ ଶିଳାନ୍ୟାସ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଯାହାର ଫାଇଦା ପଞ୍ଚାୟତବାସୀଙ୍କୁ ମିଳିବ । ଏହି ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ଲକ ମହିଳା ସଭାପତି ରଶ୍ମିତା ମହାପାତ୍ର, ପଞ୍ଚାୟତ ସଭାପତି କହ୍ନେଈ ସାହୁ, ବିଜୁ ଜନତା ଦଳର ବରିଷ୍ଠ ନେତା ରବୀନ୍ଦ୍ର କୁମାର ବେହେରା, ଯୁବ ନେତା ରାକେଶ ବରାଳ, ଯୁବ ସଭାପତି ଅନନ୍ତ ବାରିକ, ସରପଞ୍ଚ ରାମେଶ୍ୱର ହାସଦା, ସମିତିସଭ୍ୟ ରତ୍ନାକର ହାସଦା, ଆଇଟି କୋଡିନେଟର ସରୋଜ କୁମାର ମୁହାକୁଡ଼ ଏବଂ ଅନ୍ୟାନ୍ୟ ପଞ୍ଚାୟତ ନେତୃମଣ୍ଡଳୀ ପ୍ରମୁଖ ସାମିଲ ଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.