ରାଜ୍ୟରେ ସାମାନ୍ୟ ହ୍ରାସ ପାଇଲା କରୋନା ସଂକ୍ରମଣ ହାର, ଗତ ୨୪ ଘଣ୍ଟାରେ ୮୫୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷ ବୟସର ୧୦୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । । ଅନ୍ୟପଟେ ଆଜି ୪୯୬ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୩୭ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୧୪୦ ଜଣ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ୨୧ ଜଣ ଲେଖାଏଁ, ସମ୍ବଲପୁରରୁ ୧୯ ଜଣ, ଭଦ୍ରକରୁ ୧୮ ଜଣ, କେନ୍ଦୁଝରରୁ ୧୬ ଜଣ, ଦେବଗଡ଼ରୁ ୧୩ ଜଣ, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ ଲେଖାଏଁ,ଗଞ୍ଜାମରୁ ୧୧ ଜଣ, ଢ଼େଙ୍କାନାଳରୁ ୧୦ ଜଣ, ରାୟଗଡ଼ାରୁ ୪ ଜଣ, ବାଲେଶ୍ବରରୁ ୪୬ ଜଣ, ପୁରୀରୁ ୩୫ ଜଣ, ଯାଜପୁରରୁ ୩୩ ଜଣ, ଜଗତସିଂହପୁରରୁ ୩୨ ଜଣ,ଅନୁଗୁଳରୁ ୨୯ ଜଣ, ନୟାଗଡ଼ରୁ ୨୨ ଜଣ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଏଁ, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଗଜପତି, କନ୍ଧମାଳ, ମାଲକାନଗିରି ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲରୁ ୫୯ ଜଣ ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.