କମ୍ପାନୀ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ କର୍ମଚାରୀ

କଟକ, (ନାଗରାଜ ନ୍ଯୁଜ): ଦୀର୍ଘଦିନ ଧରି ଚାଲିଥିବା ଶ୍ରମିକ ଆନ୍ଦୋଳନର ପଡିଲା ପୂର୍ଣ୍ଣଛେଦ । କଟକ ଜଗତପୁର ଠାରେ ଥିବା ବରୁନ ବେଭେରେଜ କର୍ମଚାରୀ ମାନଙ୍କୁ ଛଟେଇ ଓ ବକେୟା ରାଶି ନଦେବା ଯୋଗୁ ଦୀର୍ଘଦିନ ଧରି କମ୍ପାନୀ ସମ୍ମୁଖରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ଆନ୍ଦୋଳନରେ ବସିଥିଲେ । ଯାହାଫଳରେ ଅନିଶ୍ଚିତତା ମଧ୍ୟରେ ଉଭୟ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ମାନେ ରହିଥିଲେ ।

ଶ୍ରମିକ ଆନ୍ଦୋଳନ ପହଞ୍ଚିଥିଲା ଚରମ ସୀମାରେ । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଶ୍ରମିକ ନେତା ବିଶ୍ୱଜିତ ମହାନ୍ତିଙ୍କ ଉଦ୍ୟମରେ କମ୍ପାନୀର ଉପରିସ୍ଥ ଅଧିକାରୀମାନେ ଶ୍ରମିକ ମାନଙ୍କର ରହିଥିବା ଦାବି ଗୁଡିକୁ ଖୁବଶୀଘ୍ର ସମାଧାନ କରିବା ଓ ପୁନଃ କମ୍ପାନୀକୁ କାର୍ଯ୍ୟକ୍ଷମ କରିବା ଲାଗି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଆଜି ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ନେତା ଓ କମ୍ପାନୀର ବରିଷ୍ଠ କର୍ମଚାରୀ ଙ୍କୁ ଏଥିଲାଗି ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published.