ପୋଲିସର ଅତର୍କିତ ଚଢ଼ାଉ ଯୋଗୁଁ ପେଟ୍ରୋଲ ପମ୍ପ ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ରାଜଗାଙ୍ଗପୁର, (ନାଗରାଜ ନ୍ଯୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅଞ୍ଚଳରେ ବାରମ୍ବାର ଛିନ୍ନ ଥାଇ, ଡକାୟତି, ଦାଦାଗିରି ଓ ଡ୍ରଗ୍ସ କାରବାର କରି ଅପରାଧୀ ମାନେ ପୋଲିସକୁ ଖୋଲା ଚାଲେଞ୍ଜ ଦେଉଥିବାବେଳେ, ରାଜଗାଙ୍ଗପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଧିକାରୀ ଶ୍ରୀ ବସ୍ଛ ପ୍ରଧାନ ଏବଂ ନୂତନ ଏସ ଡିପିଓ ଡକ୍ଟର ଶଶାଙ୍କ ଶେଖର ବେଉରା ଅପରାଧୀ ମାନଙ୍କୁ ମୁହଁ ତୋଡ ଜବାବ ଦେଇ ସହରକୁ ଅପରାଧ ମୁକ୍ତ କରିବା ପାଇଁ ଦିନରାତି ଏକ୍ କରି ଦେଇଛନ୍ତି । ଆଜି ରାଜଗାଙ୍ଗପୁର ନିକଟସ୍ତ ୧୦ନମ୍ବର ରାଜ୍ୟ ରାଜପଥ କୁନ୍ ମୁରୁ ଛକ୍ ପାଖରେ ଥିବା ଗୈାନ୍ତିଆ ଢାବା ପଛପଟେ କିଛି ସନ୍ଦିଗ୍ଧ ବ୍ୟକ୍ତି କୁନ୍ ମୁରୁ ଇଣ୍ଡିଆନ ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା କରୁଥିବାବେଳେ ଗୁପ୍ତ ସୂଚନା ପାଇ ରାଜଗାଙ୍ଗପୁର ପୋଲିସ ସଦଳବଳେ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରି ୪ ଜଣକୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଥିଲେ ।

ସେମାନଙ୍କ ଠାରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ, ଭୁଜାଲି, ଲୁହା ରଡ଼, ଗୋଟେ ଇଣ୍ଟରଡର ବାଇକ, ହିରୋହୋଣ୍ଡା ଗ୍ଳେମରବାଇକ ଓ ସାମସଙ୍ଗ ମୋବାଇଲ୍ ଜବତ କରିଛି । ଏହି ଅଭିଯୁକ୍ତ ମାନେ ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ଡକାୟତି ଘଟଣାରେ ସଂପୃକ୍ତ ଥିବା ବେଳେ ବିରମିତ୍ରପୁର କୁଆଁରମୁଣ୍ଡା ୟୁନିୟନବ୍ୟାଙ୍କର ଏଟିଏମ୍ ଟଙ୍କା ଡିପୋଜିଟ୍ ଭେନରୁ ୩୫ ଲକ୍ଷ ଟଙ୍କା ଡକାୟତି ଓ କୁଆଁରମୁଣ୍ଡା ଡୁମେରଯୋର ଷ୍ଟେଟ ବ୍ୟାଙ୍କରୁ ୬ଲକ୍ଷ ଡକାୟତିରେ ଜଡିତ ଥିବାବେଳେ ରାଜଗାଙ୍ଗପୁର ସହରରେ ମଧ୍ୟ ବିଭିନ୍ନ ଅପରାଧରେ ଜଡିତ ଥିବା ଜଣାପଡିଛି । ଅଭିଯୁକ୍ତ ମାନେ ସମସ୍ତେ ରାଜଗାଙ୍ଗପୁର ତଥା ଆଖପାଖ ଅଂଚଳର ବୋଲି ଏସଡିପିଓ ଡକ୍ଟର ବେଉରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରୁ ଦଶରଥ ପୋଡ଼ଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.