ଆଫଗାନିସ୍ତାନରୁ ଶିଖ୍ ପବିତ୍ର ଧର୍ମଗ୍ରନ୍ଥକୁ ସାଙ୍ଗରେ ଆଣି ଭାରତ ପହଁଞ୍ଚିଲେ ଶିଖ୍ ସମ୍ପ୍ରଦାୟର ଲୋକେ

ନୂଆଦିଲ୍ଲୀ, (ନାଗରାଜ ନ୍ଯୁଜ): ଆଫଗାନିସ୍ତାନରୁ ଆଜି ୨୫ ଜଣ ଭାରତୀୟଙ୍କ ସହିତ ୭୮ ଜଣଙ୍କୁ ଧରି ଭାରତରେ ପହଁଞ୍ଚିଛି ବିମାନ । ତେବେ ଏହି ବିମାନରେ ଆଫଗାନିସ୍ତାରୁ ଶିଖ୍ ସମ୍ପ୍ରଦାୟର ଲୋକ ମାନେ ଆସିଥିବା ବେଳେ ସେମାନଙ୍କ ସହିତ ସେମାନଙ୍କର ଧର୍ମଗ୍ରନ୍ଥ ଆଣିଛନ୍ତି । ଶିଖ୍ ପବିତ୍ର ଧର୍ମଗ୍ରନ୍ଥକୁ ଏୟାରପୋର୍ଟରୁ ମୁଣ୍ଡାଇ ଆଣିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ। ଏୟାରପୋର୍ଟରୁ ହରଦୀପ ସିଂ ପୁରୀ ଏହାକୁ ଗ୍ରହଣ କରିବା ସହିତ ଏହାକୁ ମୁଣ୍ଡାଇ ବାହାରକୁ ଆଣିଥିଲେ ।

ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେବା ପରେ ଆଫଗାନବାସିଙ୍କ ସହିତ ବିଭିନ୍ନ ଦେଶର ଲୋକେ ସେଠାରୁ ଫେରିବାକୁ ସଂଘର୍ଷ କରୁଥିଲା ବେଳେ ସେଠାରେ ଫସିଥିବା ହିନ୍ଦୁ ଏବଂ ଶିଖା ମାନଙ୍କୁ ତାଲିବାନ ଧମକାଇବା ଆରମ୍ଭ କରିଥିଲା ବେଳେ ସେମାନେ ଏବେ ଭାରତକୁ ଆସିବାକୁ ଶ୍ରେୟ ମଣୁଛନ୍ତି ।

ଆସିଥିବା ତିନୋଟି ଧର୍ମଗ୍ରନ୍ଥରୁ ଅନ୍ୟ ଦୁଇଟିକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭି. ମୂରଲୀଧରନ ଓ ବିଜେପି ନେତା ଆର ପି ସିଂହ ମଧ୍ୟ ମୁଣ୍ଡାଇ ଆଣିଥିଲେ । ଆଜି ନୂଆଦିଲ୍ଲୀରେ ଅବତରଣ କରିଥିବା ଏହି ପବିତ୍ର ଧର୍ମଗ୍ରନ୍ଥକୁ ଆଫଗାନିସ୍ତାନରୁ ଏକ ବିମାନରେ ଅଣାଯାଇଛି । 

Leave a Reply

Your email address will not be published.