କଟକ, (ନାଗରାଜ ନ୍ଯୁଜ): ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ ଯୋଜନା ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶେଷକରି କୋଭିଡ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ନେଇ ମଧ୍ୟ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ପକ୍ଷରୁ ସମୀକ୍ଷା ବୈଠକ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।
ଯେଉଁଥିରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ସି.ଡି.ଏମ.ଓ ଦେବବ୍ରତ ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ । ଖାସକରି କରୋନା ସମୟରେ ଭିନ୍ନକ୍ଷମ ମାନଙ୍କୁ କିପରି ସମସ୍ତ ପ୍ରକାର ସରକାରୀ ସହାୟତା ମିଳିପାରିବ ଏବଂ ସେମାନଙ୍କର ଟୀକା କରଣକୁ ସୁନିଶ୍ଚିତ କରାଯାଇପାରିବ, ସେନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
କଟକରୁ ଭରତ ମହାରଣାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ