ସୁପ୍ରିମକୋର୍ଟରେ ସ୍ବାଭାବିକ ଶୁଣାଣି ଲାଗି ଏସଓପି ଜାରୀ

ନୂଆଦିଲ୍ଲୀ, (ନାଗରାଜ ନ୍ଯୁଜ): ବାର ଆସୋସିଏସନର ଅନୁରୋଧ କ୍ରମେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭ୍ ରମଣା ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସକୁ ଗ୍ରହଣ କରିବା ସହ ସ୍ୱାଭାବିକ ଶୁଣାଣି ନେଇ ଏସଓପି ଜାରି କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ସୁପ୍ରିମକୋର୍ଟରେ ସ୍ୱାଭାବିକ ଶୁଣାଣି ହେବ । କୋଭିଡ ସ୍ଥିତି ପାଇଁ ଦୀର୍ଘ ଦିନ ଧରି ସୁପ୍ରିମକୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ହୋଇଆସୁଥିଲା । ଭର୍ଚୁଆଲ ଶୁଣାଣି ନେଇ ଓକିଲମାନଙ୍କୁ କିଛି ଇଚ୍ଛାଧୀନ ସୁଯୋଗ ଦିଆଯାଇଛି । 

ଯଦି ବିଭିନ୍ନ ପକ୍ଷ ଲାଗି ୨୦ରୁ ଅଧିକ ଲେଖାଏଁ ଓକିଲ କୋର୍ଟ ରୁମ ପିଛା ରହନ୍ତି ତେବେ ଭିଡିଓ ବା ଟେଲି କନଫରେନ୍ସ ଜରିଆରେ ଶୁଣାଣି ହୋଇପାରିବ । ସ୍ୱାଭାବିକ ଶୁଣାଣି ଲାଗି ଯଦି ଜଣେ ଓକିଲ ଚାହାନ୍ତି ତେବେ ପକ୍ଷ ପିଛା କେସ ଫାଇଲ କରିଥିବା ଓକିଲ ବା ତାଙ୍କ ପ୍ରତିନିଧି, ଜଣେ ପ୍ରତିପକ୍ଷ ଓକିଲ ଓ ଜଣେ ଜୁନିୟର ଓକିଲଙ୍କୁ କୋର୍ଟ ରୁମରେ ପ୍ରବେଶ ଲାଗି ଅନୁମତି ଦିଆଯିବ ।ଯେଉଁଦିନ କମ୍ ସଂଖ୍ୟକ ମାମଲାର ଶୁଣାଣି ଥିବ ସେଦିନ ସ୍ୱାଭାବିକ ଶୁଣାଣି ହୋଇପାରିବ । ତେବେ ଏସଓପି ଅନୁସାରେ ଚୁଡାନ୍ତ ଶୁଣାଣି ଓ ନିୟମିତ ଶୁଣାଣି ଦିନ ଗୁଡିକରେ ସ୍ୱାଭାବିକ ଶୁଣାଣି ଲାଗି ବ୍ୟବସ୍ଥା ରହିବ ।

ଯେଉଁଦିନ କମ୍ ସଂଖ୍ୟକ ମାମଲାର ଶୁଣାଣି ଥିବ ସେଦିନ ସ୍ୱାଭାବିକ ଶୁଣାଣି ହୋଇପାରିବ । ତେବେ ଏସଓପି ଅନୁସାରେ ଚୁଡାନ୍ତ ଶୁଣାଣି ଓ ନିୟମିତ ଶୁଣାଣି ଦିନ ଗୁଡିକରେ ସ୍ୱାଭାବିକ ଶୁଣାଣି ଲାଗି ବ୍ୟବସ୍ଥା ରହିବ ।

Leave a Reply

Your email address will not be published.