ଅକ୍ଟୋବର ୭ ତାରିଖରେ ହେବ ହାଇକୋର୍ଟରେ ଟିକାକରଣ ସମ୍ବଦ୍ଧୀୟ ଶୁଣାଣୀ

କଟକ, (ନାଗରାଜ ନ୍ୟୁଜ): ଜନସାଧାରଣଙ୍କୁ ନିଜ ଘର ନିକଟରେ କୋଭିଡ ଟୀକାକରଣ ସହ ବୟସ୍କ ଓ ଭିନ୍ନକ୍ଷମଙ୍କ ଘରେ ପହଞ୍ଚି ଟୀକାକରଣ କରାଇବାକୁ ପ୍ରାର୍ଥନା କରି ଆଗତ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅକ୍ଟୋବର ୭ ତାରିଖକୁ ଧାର୍ୟ୍ୟ କରିଛନ୍ତି ହାଇକୋର୍ଟ । ରାଜ୍ୟରେ କେତେ ଜରାଶ୍ରମ ରହିଛି, ସେଠାରେ କେତେ ଅନ୍ତେବାସୀ ରହୁଛନ୍ତି ଓ ଜରାଶ୍ରମ ଗୁଡିକରେ ଟୀକାକରଣର ସ୍ଥିତି କଣ ସେ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ । ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ଟୀକାକରଣର ସ୍ଥିତି କଣ ସେ ସମ୍ପର୍କରେ ଏକ ସତ୍ୟପାଠ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଛି । ତେବେ ଏହି ସତ୍ୟପାଠରେ ସବିଶେଷ ତଥ୍ୟ ନଥିବାରୁ ସାନି ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅକ୍ଟୋବର ୭ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରାଯାଇଛି । ରାଜ୍ୟରେ ଟୀକାକରଣର ସ୍ଥିତି କଣ ଟୀକାକରଣକୁ କିଭଳି ତ୍ୱରାନ୍ୱିତ କରାଯାଇ ପାରିବ ସେ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୪ ତାରିଖ ପୂର୍ବରୁ ରାଜ୍ୟ ସରକାର ଏହି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ଟୀକାକରଣ ସମ୍ପର୍କିତ ମାମଲା ରୁଜୁ କରିଛନ୍ତି ହାଇକୋର୍ଟର ଆଇନଜୀବୀ ସୋହନ ମିଶ୍ର ।

Leave a Reply

Your email address will not be published.