ଆଗକୁ ଆସୁଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ

ନାଗରାଜ ନୁ୍ୟଜ: ପ୍ରତେ୍ୟକ ବର୍ଷ ଭାଦ୍ରବ ମାସ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ ପାଳନ ହୁଏ । ଏହା ଏକ କୃଷିଭିତ୍ତିକ ପର୍ବ ଅଟେ । ଚାଷୀ ଭାଇ ପ୍ରଥମ କରି ନିଜର ଜମିରୁ ଅମଳ କରିଥିବା ଧାନ ଫସଲକୁ ନୂଆଁ ଧାନ କୁହାଯାଏ । ଏହି ନୂଆଁ ଧାନରେ ପ୍ରସ୍ତୁତ ଅର୍ଣ୍ଣକୁ ନବାର୍ଣ୍ଣ ବା ନୂଆଁଖାଇ ପର୍ବ କୁହାଯାଏ । ଖରା, ବର୍ଷା ସହି ଚାଷୀଭାଇ ଯେଉଁ ନୂତନ ବା ନୂଆଁ ଧାନ ମଞ୍ଜି ଅମଳ କରେ ତାହାର ମନରେ ଆନନ୍ଦର ଢେଉ ଖେଳି ଉଠେ । ଏହି ନୂଆଁ ଧାନରୁ ତିଆରି ଚୁରାକୁଣା, ପିଠା, ପ୍ରଭୁତି ଅର୍ଣ୍ଣକୁ ଚାଷୀଭାଇ ପ୍ରଥମେ ନିଜେ ଭକ୍ଷଣ ନକରି ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ସମେତ ମାଁ ପାଟଣେଶ୍ୱରୀ, ମାଁ ମାଣିକେଶ୍ୱରୀ ଓ ମାଁ ମେଟାକାନି ପ୍ରଭୃତି ଦେବାଦେବୀଙ୍କ ପାଖରେ ସମର୍ପିତ କରି ଭୋକ ଲଗାଇଥାଏ ।
ଏହି ନୂଆଁଖାଇ ପର୍ବରେ ଘରର ପୁଅ, ବୋହୁ, ଭାଇ, ଭଉଣୀ ଯେତେ ଦୂରରେ ରହୁଥିଲେବି ନିଶ୍ଚୟ ନିଜ ନିଜ ଘରକୁ ଆସିଥାନ୍ତି ନବାର୍ଣ ଏକା ସହିତ ଭକ୍ଷଣ ପାଇଁ ।
ଧୁବା, ଭଣାରୀ ଠୁଁ ଆରମ୍ଭକରି କୁମ୍ଭାର, ମାହାର, ମେହେର ଓ ଲୁହୁରା ଆଦି କୌଳିକ ବୃତ୍ତି ଧାରୀ ମାନେ ନିଜ ନିଜ କାମରେ ବହୁତ ବ୍ୟସ୍ତରେ ଥାନ୍ତି । କୁମ୍ଭାର ବୁଢ଼ା ନୂଆଁ ସରେଇ, ପାତୁଲ ଇତ୍ୟାଦି ଗଢିବାରେ ଓ ମାହାର ଘରେ ନୂଆଁ କୁଲା, ଭୁଗା ଇତ୍ୟାଦି ତିଆରି କରିଥାନ୍ତି । ନୂଆଁଖାଇ’ର ଦଶ ପନ୍ଦର ଦିନ ଆଗରୁ ଗୃହିଣୀ ମାନେ ନିଜ ନିଜ ଘରକୁ ମାଟି ଗୋବରରେ ଲିପା ପୋଛା ଇତ୍ୟାଦି କାର୍ୟ୍ୟ ସରାଇ ଦେଇଥାନ୍ତି । ଘରରେ ବ୍ୟବହାର୍ୟ୍ୟ ଟୁପା, ଭୁଗା, କୁର୍ଲି, ଚାଙ୍ଘିରି ଯେତେ ଅଛେ ଫଟା, ଟୁଟା କପଡ଼ା ଲତା ଇତ୍ୟାଦିକୁ ପାଣିରେ ଧୋଇ ସଫା ସୁତୁରା କରିଥାନ୍ତି ।

Leave a Reply

Your email address will not be published.