ସାପ୍ତାହିକ ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପୁରସ୍କୃତ ହେଲେ ଯାଜ୍ଞସେନୀ ପଣ୍ଡା

ବାଲେଶ୍ଵର, (ନାଗରାଜ ନ୍ୟୁଜ): ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ଫେସବୁକ୍ ଗୃପ୍ ଦ୍ୱାରା ଅନୁଷ୍ଠିତ ସାପ୍ତାହିକ ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ସପ୍ତାହର ପ୍ରତି ରବିବାର ହ୍ଵାଟ୍ସଆପ୍ ମାଧ୍ୟମରେ ରାଜ୍ୟ ସ୍ତରୀୟ ଏହି ଅନଲାଇନ୍ ପ୍ରତିଯୋଗିତା ହୋଇଥାଏ । ଏଥିରେ ବିଭିନ୍ନ ଜିଲ୍ଲାର ସାହିତ୍ୟିକ/ସାହିତିକା ମାନେ ଭାଗନେଇଥାନ୍ତି । ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ପ୍ରସଙ୍ଗ ଉପରେ ସମସ୍ତେ ଧାର୍ଯ୍ୟ ସମୟ ମଧ୍ୟରେ ଲେଖି ପଠାଇଥାଆନ୍ତି । ମହିଳା ସମୀକ୍ଷକଙ୍କ ଦ୍ବାରା ସମସ୍ତ ଲେଖାଗୁଡିକୁ ସମୀକ୍ଷା କରାଯାଇ ଫଳାଫଳ ଘୋଷଣା କରାଯାଇଥାଏ ।

 

ଏଥର ସମୀକ୍ଷା ଦାୟିତ୍ବରେ ଥିଲେ ଯାଜପୁରରୁ ସରସ୍ୱତୀ ପଣ୍ଡା । ପ୍ରତିଯୋଗୀଙ୍କ ପାଇଁ ୩୩ ପର୍ଯ୍ୟାୟ ପ୍ରସଙ୍ଗ କ୍ଷୁଦ୍ରଗଳ୍ପ ” ଅଦେଖା ଲୁହ ” ଥିଲା । ଯାହାହେଉ ସମସ୍ତଙ୍କର ଲେଖା ଗୁଡିକ ପ୍ରାୟ ଭଲଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ରଞ୍ଜୁଲତା ପାଢୀ, ଭାରତୀ ସାହୁ, ଉର୍ମିଳା ମହାପାତ୍ର, ରଞ୍ଜିତା ସାହୁ, ସଞ୍ଜୁକ୍ତା ସାହୁ, ଯାଜ୍ଞସେନୀ ପଣ୍ଡା, ପ୍ରଶାନ୍ତ କୁମାର ନାଥ, ରମେଶ ଚନ୍ଦ୍ର ନାୟକ, ରଞ୍ଜନ କୁମାର ସାହୁ ଓ ନିକୁଞ୍ଜ କୁମାର ଘୋଷ ପ୍ରମୁଖ ମୋଟ ୧୦ଜଣ ଭାଗନେଇଥିଲେ । ସେଥିମଧ୍ୟରୁ ଯାଜ୍ଞସେନୀ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ଆତ୍ମସନ୍ତୁଷ୍ଟ ଲାଭ କରିଥିବା ବେଳେ, ରଞ୍ଜିତା ସାହୁ ଦ୍ୱିତୀୟ ଓ ଭାରତୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରକାଶ ଥାଉକି ଗଦ୍ୟ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ଗଠିତ । ଏହା ଏପରି ଏକ ଅନୁଷ୍ଠାନ ବା ପ୍ଲାଟଫର୍ମ, ବିକାଶର ଧାରା ପାଉନଥିବା ସାହିତ୍ୟ ସ୍ରଷ୍ଟା ମାନଙ୍କୁ ଡାକିଆଣି ସାହିତ୍ୟର ବିକାଶ ଦିଗରେ ସହାୟକ ହୋଇଥାଏ ।

 

ଆଗାମୀ ଦିନରେ ଆହୁରି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନ ଚିନ୍ତିତ, କେବଳ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଅନୁଷ୍ଠାନ ପ୍ରତି ରହିବା ଦରକାର ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରୀମତୀ ପଣ୍ଡାଙ୍କୁ ଓଡିଶା ହାଇକୋର୍ଟର ଆଇନଜୀବୀ ବସନ୍ତ କୁମାର ବାରିକ ଖୁସିରେ ୧,୦୦୦/-(ଏକ ହଜାର)ଟଙ୍କା ପୁରସ୍କୃତ କରିଛନ୍ତି ।

 

ପ୍ରକାଶ ଥାଉକି ଶ୍ରୀମତୀ ପଣ୍ଡା ଓଡିଶା ବାହାରେ କର୍ମମୟ ଜୀବନ ବିତାଉଥିଲେ ମଧ୍ୟ ଜନ୍ମ ମାଟିର କଳାକୁ ଭୁଲି ନାହାନ୍ତି । ସ୍ଥାନକୁ ନେଇ ଗର୍ବିତ ନୁହନ୍ତି, ଏଭଳି ଏକ ପ୍ଲାଟଫର୍ମରେ ରହି ନିଜର ସାହିତ୍ୟ ସୃଷ୍ଟିକୁ ବିକଶିତ କରିପାରି ଥିବାରୁ ବହୁତ ଖୁସି ଅନୁଭବ କରିଛନ୍ତି ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ଫୋନ ଯୋଗେ କହିଛନ୍ତି । ସମ୍ପାଦକ ତାଙ୍କର ଭବିଷ୍ୟତ ଉନ୍ନତି କାମନା କରିଛନ୍ତି ।

 

Leave a Reply

Your email address will not be published.