ରାଜ୍ୟରେ ତଳମୁହାଁ ମହାମାରୀ, ୨୪ ଘଣ୍ଟାରେ ୬୩୦ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୩୦ ଆକ୍ଟିଭ୍ କେସ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୮ ବର୍ଷ ବୟସର ୧୧୬ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ, ୩୬୮ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୬୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୭୧୩ ଜଣକୁ ବୃଦ୍ଧି ପାଇଛି ।

ଆଜି ଖୋର୍ଦ୍ଧାରୁ ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳ କଟକରୁ ୧୧୮ ଜଣ, ପୁରୀରୁ ୧୬ ଜଣ, ସମ୍ବଲପୁରରୁ ୧୩ ଜଣ, ଢ଼େଙ୍କାନାଳରୁ ୧୨ ଜଣ, ଜଗତସିଂହପୁରରୁ ୧୧ ଜଣ, ଭଦ୍ରକରୁ ୧୦ ଜଣ, କୋରାପୁଟରୁ ୯ ଜଣ, କେନ୍ଦ୍ରପଡ଼ାରୁ ୮ ଜଣ, ରାୟଗଡ଼ାରୁ ୭ ଜଣ, ଅନୁଗୁଳରୁ ୫ ଜଣ, ବରଗଡ଼, ଦେବଗଡ଼, କେନ୍ଦୁଝର ଓ ମାଲକାନଗିରି ଜିଲ୍ଲାରୁ ୪ ଜଣ ଲେଖାଏଁ, ବଲାଙ୍ଗୀର, ଗଜପତି ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ, ଯାଜପୁରରୁ ୩୨ ଜଣ, ବାଲେଶ୍ୱରରୁ ୨୩ ଜଣ, ସୁନ୍ଦରଗଡ଼ରୁ ୨୨ ଜଣ, ମୟୂରଭଞ୍ଜରୁ ୨୦ ଜଣ, ନୟାଗଡ଼ରୁ ୧୭ ଜଣ, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.