ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ହୃଦଘାତ ଯୋଗୁଁ ମେଡିକାଲରେ ଭର୍ତ୍ତି ହେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ତେବେ ତାଙ୍କ ଛାତିରେ ଦୁଇଟି ବ୍ଲକେଜ ଥିବା ଜଣାପଡିବା ପରେ ଅସ୍ତ୍ରୋପ୍ରଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିବା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ମନ୍ତ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରତାପ ଏବେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ, ଆଇନ, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଦାୟୀତ୍ୱ ସମ୍ଭାଳୁଛନ୍ତି ।
ନିକଟରେ ମାହାଙ୍ଗା ଡବଲ ମର୍ଡର କେସରେ ତାଙ୍କ ବିରୋଧ ସାଲିପୁରର ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ (ଜେଏମଏଫସି) କୋର୍ଟ ସାତ ମାସ ପୂର୍ବରୁ କଟକ ଜିଲ୍ଲାର ମହଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳରେ ଦୁଇ ବିଜେପି ନେତାଙ୍କୁ ହତ୍ୟା ମାମଲାରେ ଓଡିଶା ଆଇନ ମନ୍ତ୍ରୀ ପ୍ରତାପ କୁମାର ଜେନାଙ୍କ ବିରୋଧରେ ନୂତନ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସେ ବିବାଦ ଘେରକୁ ଚାଲି ଆସିଛନ୍ତି । ଜଣେ ମୃତ ବିଜେପି ନେତା କୁଲମଣି ବରାଳଙ୍କ ପୁଅ ରାମକାନ୍ତ ବରାଳଙ୍କ ବିରୋଧରେ ଏକ ଆବେଦନ ପରେ କୋର୍ଟଙ୍କ ନିର୍ଦ୍ଦେଶ ଆସିଥିଲା ।
ଚଳିତ ବର୍ଷ ଜାନୁଆରୀ ୨ ରେ କଟକ ଜିଲ୍ଲାର ନୃତଙ୍ଗା ଗ୍ରାମରେ ଥିବା ସହଯୋଗୀ ଦିବ୍ୟାସିଂହ ବରାଳଙ୍କ ସହ ପୂର୍ବତନ ମହଙ୍ଗା ବ୍ଲକର ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ ନେତା କୁଲମଣି ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।