ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

 

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ହାଇସ୍କୁଲ ପରିସରରେ ଜନକଲ୍ୟାଣ ଯୁବକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ବିଭୁ ପ୍ରସାଦ ନାୟକ ଶ୍ରେଣୀ ଗୃହରେ ପିଲାମାନଙ୍କୁ ହିନ୍ଦୀ ଦିବସ ବିଷୟରେ ବୁଝାଇଥିଲେ । ଏଥିରେ ଜ୍ଯୋତିରଞ୍ଜନ ନାୟକ,ସୂର୍ଯ୍ୟକାନ୍ତ ନାୟକ,ଦୀପୁ ନାୟକ,ସଞ୍ଜୟ ପୁହାଣ,ଦୀପ୍ତେଶ ନାୟକ, ଶିବ ଶଙ୍କର ମହୁରୀ ଓ ଧୀରେନ୍ଦ୍ର ବେହେରା ପ୍ରମୁଖ ସଙ୍ଘର କର୍ମକର୍ତ୍ତାମାନେ ସାମିଲ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published.