ବନ୍ୟାରେ ଭାସିଗଲା କାର୍

ଆଠଗଡ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ଆଠଗଡରେ ବନ୍ୟାରେ ଭାସିଗଲା କାର୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୁଣା କଟକ ସମ୍ବଲପୁର ରାସ୍ତାର ଦହିସରା ନିକଟରେ । ସ୍ଥାନୀୟ ଲୋକେ ମିଶି ଏବେ କାରଟିକୁ ଉଦ୍ଧାର କରୁଛନ୍ତି ।

ବନ୍ୟା ଯୋଗୁଁ ଅନେକ ଦୁଃଖ ଦୁର୍ଦଶା ଲୋକମାନେ ଭୋଗୁଛନ୍ତି । ଲଘୁଚାପ ଜନିତ ବର୍ଷା ହେତୁ ଆଠଗଡର ଅନେକ ଅଞ୍ଚଳ ଜଳ ମଗ୍ନ ହୋଇଥିବା ବେଳେ,ଏବେବି ପୁରୁଣା କଟକ ସମ୍ବଲପୁର ରାସ୍ତାର ଦହିସରା ମାଧପୁର ରାସ୍ତାରେ ୪ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।

 

 

ଯେଉଁଥିପାଇଁ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଖରେ ପହଁଚି ଆଠଗଡର ଯୁବ ସଙ୍ଗଠନ । ଏମାନଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ପ୍ରଦାନ କରୁଥିବା ଦେଖାଯାଇଛି ।

Leave a Reply

Your email address will not be published.