ବ୍ରାହ୍ମଣିରେ ଭାସିଗଲା ନାବାଳକ, ନାଉରି କଲେ ଉଦ୍ଧାର

ଗଁଦିଆ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦିଗାମ୍ବରପୁର ପଂଚାୟତ ବାଉଁଶକଣି ଗ୍ରାମର ସୁବ୍ରତ ବାରିକ ଗାଧୋଉଥିବା ବେଳେ ଭାସିଯାଇଥିଲା । ସେଠାରୁ ୧୫କିମି ଯାଜପୁର ଜିଲ୍ଲା କବାଟବନ୍ଧ ଅଂଚଳର ଏଣ୍ଡୋଲବା ଘାଟର ନାଉରି ସହାୟତାରେ ବାଲିକୁଡିଆ ନିକଟରୁ ଉଦ୍ଧାର କରାଯାଇଛି । କାମାକ୍ଷାନଗର ବ୍ଲକ ପଣ୍ଡୁଆ ଗ୍ରାମର ସୁଶାନ୍ତ ବାରିଙ୍କ ପୁଅ ସୁବ୍ରତ (୧୭)ବର୍ଷ ନିହାଲପ୍ରସାଦ ଥାନା ଦିଗମ୍ବରପୂର ଗ୍ରାମରେ ମାମୁଁ ଘରେ ରହୁଥିଲା । ମାମୁଁ ଘର ଲୋକ ଏଣ୍ଡୋଲବ ଗ୍ରାମକୁ ଖବର ଦେଇଥିଲେ । ଡଙ୍ଗା ଦ୍ୱାରା ଉଦ୍ଧାର ପାଇଁ ଲାଗିଥିଲେ ।

ହାତ ହଲାଇ ଉଦ୍ଧାର ଚିତ୍କାର କରୁଥିଲା ନାବାଳକ । ନାଉରି ମାନେ ପିଛା କରିଥିଲେ । ସେଠାରୁ ଚାରି କିମି ପୂର୍ବକୁ ଧର୍ମଶାଳା ବ୍ଲକ ରାଇଚନ୍ଦା ପଂଚାୟତ ବାଲିକୁଦା ଗ୍ରାମ ନିକଟରୁ ନାବିକ ମାନେ ସମ୍ପୃକ୍ତ ନାବାଳକକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଏଣ୍ଡୋଲବ୍ସ ଗ୍ରାମ ନାବିକ ଧକେଇ ବେହେରା ମଦନ ବେହେରା ବାବୁଲି ମଲ୍ଲିକ ସମେତ ଅନ୍ୟମାନେ ଗଭୀର ନଦୀରୁ ଉଦ୍ଧାର କରିଥିଲେ । ପିଲାଟି କଥାବାର୍ତ୍ତା କରୁଥିବା ଜାଣି ଯାଜପୁର ଜିଲ୍ଲା ଯୁବ ସମାଜସେବୀ ଜାପାନୀ ଶତପଥୀଙ୍କ ନେତୃତ୍ୱରେ ମେଡକାଲକୁ ପଠାଯାଇଥିଲା ।

Leave a Reply

Your email address will not be published.