ଆପଣ ଶରୀରରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆପଣ ଶରୀରରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଶରୀର ଯନ୍ତ୍ରଣା ବର୍ତ୍ତମାନ ଲୋକଙ୍କ ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ତେବେ ବୟସରେ ବିଭିନ୍ନ ପର୍ଯ୍ୟାୟରେ ଯନ୍ତ୍ରଣା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଶରୀର ଯନ୍ତ୍ରଣାର ଏକ ସାଧାରଣ କାରଣ ହେଲା ମାନସିକ ଚାପ । ଏହା ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଦେଇଥାଏ ଫଳରେ ଲୋକେ ସହଜରେ ରୋଗରେ ପଡ଼ିଥାନ୍ତି । ଆଉ ଏକ ସାମାନ୍ୟ କାରଣ ହେଲା ଡିହାଇଡ୍ରେସନ୍ । ନିୟମିତ ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇଲେ ଶରୀର କାର୍ୟ୍ୟ କରିବାକୁ ସକ୍ଷମ ହୋଇନଥାଏ । ଶରୀର ଯନ୍ତ୍ରଣାରୁ କିଭଳି ସହଜରେ ମୁକ୍ତି ପାଇବେ ଜାଣନ୍ତୁ ସରଳ ଉପାୟ। ପୁଷ୍ଟିକର ବିଶେଷଜ୍ଞଙ୍କ କହିବାନୁଯାୟୀ ଶରୀର ଯନ୍ତ୍ରଣା ଦୁଇ ପ୍ରକାର ହୋଇପାରେ- ମାଂସପେଶୀରେ ଯନ୍ତ୍ରଣା ଏବଂ ଗଣ୍ଠିରେ ଯନ୍ତ୍ରଣା।

ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ – ପ୍ରୋଟିନ, ଭିଟାମିନ, ମିନେରାଲ୍ସ, କାର୍ବୋହାଇଡ୍ରେଟ୍ ଶରୀର ପାଇଁ ଆବଶ୍ୟକ। ନିଜ ଆହାରେ ଜରୁରୀ ପୋଷାକ ତତ୍ତ୍ୱ ବିଶେଷକରି ଭିଟାମିନ ଡି କୁ ସାମିଲ କରନ୍ତୁ। କାରଣ ଏହା ଶରୀରରେ କ୍ୟାଲସିୟମ ଓ ଫସଫରସ ମାତ୍ରା ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ। କ୍ୟାଲସିୟମ ହାଡ ଓ ଦାନ୍ତ ମଜବୁତ କରିବା ସହ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ପ୍ରାକୃତିକ ମସଲା ବ୍ୟବହାର କରନ୍ତୁ – ଯଦି ଆପଣ ଶରୀର ଯନ୍ତ୍ରଣାରେ ପୀଡିତ ତାହେଲେ ନିଜ ଭୋଜନରେ ପ୍ରାକୃତିକ ମସଲା ବ୍ୟବହାର କରନ୍ତୁ । ଅଦା, ହଳଦୀ, ଡାଲଚିନି, ରସୁଣ ଆଦିରେ ପ୍ରାକୃତିକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏହା ଗଣ୍ଠି ଯନ୍ତ୍ରଣା ଓ ମାଂସପେଶୀ ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରିଥାଏ ।

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ – ଶରୀରକୁ ହାଇଡ୍ରେଟେଡ୍ ରଖିବା ବହୁତ ମହତ୍ଵପୂର୍ଣ୍ଣ। ପାଣି ଶରୀରକୁ ସାମାନ୍ୟ ଓ ସୁସ୍ଥ ତରିକାରେ କାମ କରିବାରେ ସାହାଯ୍ୟ କରିଥାଏ। ଶରୀରକୁ ହାଇଡ୍ରେଟେଡ୍ ନ ରଖିଲେ ଡିହାଇଡ୍ରେସନ୍ ଆମ ଟିସୁରୁ ତରଳ ପଦାର୍ଥ ବାହାର କରିଦେଇଥାଏ ଯାହା ମାଂସପେଶୀ ଯନ୍ତ୍ରଣାର କାରଣ ହୋଇଥାଏ। ପର୍ୟ୍ୟାପ୍ତ ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଓ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

 

 

 

Leave a Reply

Your email address will not be published.