ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ୮୭ ବର୍ଷ ବୟସରେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ୱୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ହୋଇଛି । ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସ୍ସିବି ମେଡିକାଲ୍ କାଜୁଆଲ୍ଟିକୁ ଅଣାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ଜଣେ ମାନବବାଦୀ କବୀ, ବଳିଷ୍ଠ ସ୍ତମ୍ଭକାର ତଥା ଓଜସ୍ୱିନୀ ସୁବକ୍ତା ଭାବେ ସ୍ୱତନ୍ତ୍ର ପରିଚୟର ଅଧିକାରୀ ହୋଇପାରିଥିବା ମନୋରମା ମହାପାତ୍ର ଦୀର୍ଘ ଦିନ ଧରି ‘ସମାଜ’ର ସଂପାଦିକା ଭାବେ କାର୍ୟ୍ୟ କରିଥିଲେ । ପୁରୀ ସ୍ୱର୍ଗଦ୍ଵାର ଠାରେ ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ କରାଯିବ ବୋଲି ଜଣାଯାଇଛି । ଗତକାଲି ସନ୍ଧ୍ୟାରେ କଟକରେ ତାଙ୍କର ଦେହାନ୍ତ ହୋଇଥିଲା ।