ଟିଏସଏଲପିଏଲ ତରଫରୁ ଶିକ୍ଷକ ପ୍ରଶିକ୍ଷଣ ଉଦଯାପିତ

 

ବାଲେଶ୍ୱର, (ନାଗରାଜ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଟିଏସଏଲପିଏଲ ବିଲେଇପଡା ଯୋଡ଼ା ଆନୁକୂଲ୍ୟରେ ଅନୁଷ୍ଠିତ ତିନି ଦିନିଆ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଚେୟାରମ୍ୟାନ ଆର ସୋମନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଉକ୍ତ ଅନୁଷ୍ଠାନର ମେନେଜର ତ୍ରିଲୋଚନ ପଲେଇ, ରାଜ୍ୟ ଶିକ୍ଷକ ପ୍ରଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତି ଓ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷକ ବି ରମାକାନ୍ତ, ବରିଷ୍ଠ ସଂଯୋଜକ ନିର୍ମଳ ମହାନ୍ତ ଓ ସଂଯୋଜିକା ପୂଜା ଖିଲାର ଉପସ୍ଥିତ ଥିଲେ । ମଞ୍ଚସୀନ ଅତିଥିଙ୍କ ଶିକ୍ଷା ପ୍ରଗତି ସୂଚକ ବକ୍ତବ୍ୟ ପରେ ପ୍ରଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା ।

ଏହି ପ୍ରଶିକ୍ଷଣ ଶିବିରରେ ଶିକ୍ଷଣ କାର୍ଯ୍ୟ, ପାଠ୍ୟୌପକାରଣ, ପ୍ରସଙ୍ଗ ବିଶ୍ଳେଷଣ, ପାଠ୍ୟଟୀକା, ମୂଲ୍ୟାୟନ, ପ୍ରଶ୍ନ ପ୍ରସ୍ତୁତି ଆଲୋଚନା ସହ ପ୍ରାଥମିକ ସ୍ତରର ସମସ୍ତ ବିଷୟ ଓ ଉଚ୍ଚ ବିଦ୍ୟାଳୟ ସ୍ତରର ଗଣିତ, ଇଂରାଜୀ, ବିଜ୍ଞାନର ପ୍ରସଙ୍ଗର ଧାରଣା, ଉପଧାରଣା ନେଇ ପାଠ୍ୟଟୀକା ପ୍ରସ୍ତୁତ କୌଶଳ, ପରିଚାଳନା ଉପାୟ ପ୍ରଶିକ୍ଷକଙ୍କ ଦ୍ୱାରା ହୋଇଥିଲା । ତତ୍ପରେ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ପାଠ୍ୟଟୀକା ପ୍ରସ୍ତୁତ, ପ୍ରଦର୍ଶନ, ବିଶ୍ଳେଷଣ ଓ ଆଲୋଚନା କରାଯାଇଥିଲା । ଉଦଯାପନୀ ସଭାରେ ବିଦ୍ୟାଶକ୍ତି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ପ୍ରଶିକ୍ଷକ ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।

 

ତତ୍ପରେ ରାଜ୍ୟ ପ୍ରଶିକ୍ଷକ ଶ୍ରୀ ସେନାପତି ଯିଏ କି ସୁନ୍ଦର ମୋ ଭାଷା ସାହିତ୍ୟ ଜଂଭରା, କେନ୍ଦୁଝରର ସମ୍ପାଦକ ତାଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ଅନନ୍ୟା ଅର୍ପଣ କରାଯାଇଥିଲା । ଅନୁଷ୍ଠାନର ଅନୁରୋଧ ରକ୍ଷାକରି ବାଲେଶ୍ୱର ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ପହଁଚି ଏସବୁ ପର୍ୟ୍ୟବେକ୍ଷକ କରି ଏ ସୁକାର୍ୟ୍ୟ ପାଇଁ ଉଭୟ ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ ଓ ଅନୁଷ୍ଠାନ କର୍ମକାର୍ତ୍ତାଙ୍କୁ ସାଧୁବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published.