ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ମାଖନପୁର ପଞ୍ଚାୟତ ତରାଙ୍ଗ ବଜାରରେ ବେଆଇନ ଭାବେ ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଖଇରା ଅବକାରୀ ଥାନା ପକ୍ଷରୁ ଚଢାଉ କରାଯାଇ ୨୦ ଲିଟର ଦେଶୀମଦ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି । ଏହି ବଜାରରେ କୈଳାସ ଚନ୍ଦ୍ର ବେହେରା ଦୋକାନ ସମ୍ମୁଖରେ ମଦ ବିକ୍ରି ନେଇ ପୋଲିସ ଓ ଅବକାରୀ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଅବକାରୀ ବିଭାଗ ହଠାତ୍ ଚଢାଉ କରି ବେଆଇନ ଭାବେ ମଦ ବିକୁଥିବା କୈଳାସ ବେହେରା ଠାରୁ ଗଚ୍ଛିତ ଥିବା ୨୦ ଲିଟର ମଦକୁ ଜବତ କରିଥିଲେ । ଏହି ଚଢାଉରେ ଖଇରା ଅବକାରୀ ଥାନା ଅଧିକାରିଣୀ ମିନତୀ ଜେନା, ସୋର ଅବକାରୀ ଅଧିକାରୀ ଲକ୍ଷେସାଧବ ପ୍ରଧାନ, ଉପ ଅଧିକାରିଣୀ କଳ୍ପନା ଜେନା ଓ କନେଷ୍ଟବଳ ବିଜୟ କୁମାର ମଲ୍ଲିକଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ଉକ୍ତ ଚଢାଉରେ ସାମିଲ ଥିଲେ ।