କଟକ, (ନାଗରାଜ ନ୍ୟୁଜ): କଟକ ମୁଣ୍ଡଳୀ ବ୍ୟାରେଜ୍ରେ ହାତୀ ଉଦ୍ଧାର ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ବୋଟ ଓଲଟି ଓ ଟିଭିର ଜଣେ ଜଣାଶୁଣା ଓ ସାହାସି ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ନେଇ ଏସ୍ସିବି ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଘୋଷଣା କରିଛନ୍ତି ।
ସୂଚନା ମୁତାବକ, ଶୁକ୍ରାବର ସକାଳୁ ଆଠଗଡ଼ ବନାଅଞ୍ଚଳ ହାତୀପଲ ନଦୀ ପାର୍ ସମୟରେ ୭ଟି ହାତୀ ଭାସିଯାଇଥିଲେ । ଛୁଆ ହାତୀଟି ମୁଣ୍ଡୁଳି ବ୍ରିଜ୍ ନିକଟରେ ଦୀର୍ଘଘଣ୍ଟା ଧରି ଫଶି ଯାଇଥିଲା । ହାତୀଟିକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ଓଡ୍ରାଫ୍ ଟିମ୍ ରବର୍ ବୋଟ୍ରେ ୫ ଜଣ ଓଡ୍ରାଫ୍ କର୍ମଚାରୀଙ୍କ ସହ ଓଟିଭିର ରିପୋର୍ଟର ଅରିନ୍ଦମ୍ ଏବଂ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ରହିଥିଲେ । କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।
ମହାନଦୀର ପ୍ରଖର ସ୍ରୋତରେ ରବ୍ ବୋଟ୍ଟି ଭାରସାମ୍ୟ ହରାଇ ଓଲଟିପଡିଥିବା । ଫଳରେ ବୋଟରେ ଥିବା ୭ ଜଣ ନଦୀ ପାଣିରେ ବୁଡିଯାଇଥିଲେ । ୩ ଓଡ୍ରାଫ୍ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଓଟିଭି କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏବେବି ଅନ୍ୟ ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ରହିଛନ୍ତି ।