ସାମ୍ବାଦିକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲା ଓଟିଭି

କଟକ: ଆଜି ସାମ୍ବାଦିକତା ଜଗତ ପାଇଁ ଏକ ଦୁଃଖର ଖବର । ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି । ତାଙ୍କର ୩୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ତେବେ ତାଙ୍କର ଏହି ଅକାଳ ବିୟୋଗରେ ଓଟିଭି ତରଫରୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ଓଟିଭିର ପରିଚାଳନା ନିର୍ଦ୍ଦେଶକ ଜଗି ମଙ୍ଗତ ପଣ୍ଡା ଏହି ଘୋଷଣା କରିଛନ୍ତି ।

ଶ୍ରୀମତୀ ପଣ୍ଡା କହିଛନ୍ତି, ଅରିନ୍ଦମଙ୍କ ଅକାଳ ବିୟୋଗ ଏକ ଅପୂରଣୀୟ କ୍ଷତି । କେବଳ ମୋ ପାଇଁ ନୁହେଁ, ପୂରା ଅନୁଷ୍ଠାନ ପାଇଁ ଏହା ଅପୂରଣୀୟ କ୍ଷତି । ଆଉ ଜଣେ ଅରିନ୍ଦମ କେବେବି ସୃଷ୍ଟି ହୋଇପାରିବେ ନାହିଁ । ସେ ଆହୁରି କହିଛନ୍ତି, ମୁଁ ତାଙ୍କ ବାପା ମା’ଙ୍କ ପାଇଁ ସର୍ବଦା ଗୋଟେ ଝିଅ ହୋଇ ରହିବି । କୌଣସି ଆର୍ଥିକ ସହାୟତା ଏହି ଅପୂରଣୀୟ କ୍ଷତିର ଭରଣା କରିପାରିବ ନାହିଁ । ତାଙ୍କ ପରିବାର ଏବେ ଆମ ପରିବାର । ତାଙ୍କ ପରିବାରର ସମସ୍ତ ଦାୟିତ୍ୱ ଏବେ ଆମର ।

Leave a Reply

Your email address will not be published.