ଚା’ରେ ମିଶାନ୍ତୁ ଏହି ସବୁ ମସଲା, ଯାହା ଆପଣଙ୍କୁ କରିଦେବ ଖୁସି

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ସାଧାରଣ ପରିବାର ଆରମ୍ଭ ଚା’ରୁ ହୋଇଥାଏ । କୁହାଯାଏ ଦିନର ଚା’ର ସ୍ୱାଦ ଯଦି ଭଲ ହୋଇଥାଏ । ତେବେ ପୂରା ଦିନ ଭଲରେ କଟେ । ଆପଣ ଜାଣିଛନ୍ତି କି ? କେବଳ କ୍ଷୀର, ଚିନି, ଚା’ ପତି , ପାଣି ଅଦା ବ୍ୟତିତ କେଉଁ ସବୁ ମସଲା ଚା’ ସହିତ ମିଶିଲେ ଚା’ର ସ୍ୱାଦ ବଢିଯ୍ଧଶ । ତେବେ ଆମେ ଆପଣଙ୍କୁ କହୁଛୁ –

ଗୋଲମରିଚ – ଏକ କପ ଚା’ରେ କେତେ ମାତ୍ରା : ୨-୩ଟି । ଯଦି ଆପଣଙ୍କ ଗଳା ଖରାପ ଥାଏ ଗୋଲମରିଚ ଚା’ ବହୁତ ଲାଭଦାୟକ ଅଟେ। ଏହି ଚା’ ଆପଣ ଥଣ୍ଡା କିମ୍ୱା ବର୍ଷା ସମୟ ରେ ପିଇବା ଆବଶ୍ୟକ। ଯଦିଓ ଏହା ଗରମ ସମୟରେ ଚିନ୍ତିତ କରିପାରେ ସେଥିପାଇଁ ଏହାକୁ ଋତୁ ଅନୁଯାୟୀ ପିଅନ୍ତୁ।

ଷ୍ଟାର ଏନିସ – ଏକ କପ୍ ଚା’ରେ କେତେ ମାତ୍ରା :୧ ଫୁଲ୍ । ଷ୍ଟାର ଏନିସ ଚା’ରେ ମିଶିବା ପରେ ଏପରି ସ୍ୱାଦ ଆସେ ଯାହାକି ମଦ ସହିତ ସମାନ। ଯଦି ଆପଣଙ୍କ ଗଳାରେ ଯନ୍ତ୍ରଣା ଅନୁଭବ ହେଉଥାଏ ତେବେ ଷ୍ଟାର ଏନିସ ଏକ ଭଲ ବିକଳ୍ପ ଭାବେ କାମ କରିଥାଏ। ଏହାକୁ ଆପଣଙ୍କ ଚା’ରେ ଆପଣ ସବୁବେଳେ ମିଶାଇ ପାରିବେ।

କେଶର – କେଶର ଯୁକ୍ତ ଚା’ ବହୁତ ପ୍ରସିଦ୍ଧ ଓଏହାର ଲାଭ ମଧ୍ୟ ବିବେଚନା କରାଯାଏ। କେଶର କୁ ଚା’ରେ ବ୍ୟବହାର କଲେ ଏହାର ସ୍ୱାଦ ଏବଂ ଫ୍ଲେବର ସବୁଦିନ ଅପେକ୍ଷା ଅଲଗା ଆସିବ।ଆପଣ ଥରେ ଚା’ରେ କେଶର ପକାଇ ପିଅନ୍ତୁ ଏହି ଚା’ ଆପଣଙ୍କର ସବୁବେଳେ ପିଇବାର ଅଭ୍ୟାସ ହୋଇଯିବ।

ଡାଲଚିନି – ଏକ କପ ଚା’ରେ କେତେ ମାତ୍ରା : ୧/ ୮ ଚାମଚ ଡାଲଚିନି ଗୁଣ୍ଡ କିମ୍ୱା ଛୋଟ ଖଣ୍ଡ । ଡାଲଚିନି ଚା’ରେ ଏକ ଭିନ୍ନ ଫ୍ଲେବର ଥାଏ ଯାହାକୁ ଆପଣ ବହୁତ ପସନ୍ଦ କରନ୍ତି। ଏହା ଥଣ୍ଡା ସମୟରେ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ହଁ ଡାଲଚିନି ଚା ପ୍ରସ୍ତୁତ କଲାବେଳେ ମନେରଖନ୍ତୁ ଏହାକୁ ଚା’ରେ ଅଧୀକ ପକାନ୍ତୁ ନାହିଁ ନହେଲେ ଆପଣଙ୍କ ଗଳା ସମସ୍ୟା ସୃଷ୍ଟି ହେବ।

ଲବଙ୍ଗ – ଏକ କପ ଚା’ରେ କେତେ ମାତ୍ରା : ୩-୪ଟି । ଚା’ରେ ଲବଙ୍ଗ ର ବ୍ୟବହାର ବହୁତ କରାଯାଏ। ଏହା ସର୍ଦି, କାଶ, ଥଣ୍ଡା ପାଇଁ ବହୁତ ଲାଭଦାୟକ ହୋଇଥାଏ। ଲବଙ୍ଗରୁ ଚା’ରେ ବହୁତ କଡ଼ା ସ୍ୱାଦ ଆସିଥାଏ ବିଶ୍ୱାସ କରନ୍ତୁ ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ। ହଁ ଅଧୀକ ଲବଙ୍ଗ ପକାନ୍ତୁ ନାହିଁ ନହେଲେ ଚା ଅଧୀକ କଡ଼ା ହୋଇଯିବ।

ଗୁଡ଼ – ଏକ କପ ଚା’ରେ କେତେ ମାତ୍ରା : ସ୍ୱାଦ ଅନୁସାରେ ମିଶାନ୍ତୁ । ଚିନି ତୁଳନା ରେ ଗୁଡ଼ ମିଶା ଚା’ ଆମ ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ। ଯଦିଓ ଅଧୀକ ମିଠା ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ ତେଣୁ ଏଥିପାଇଁ ଧ୍ୟାନ ଦେବା ଆୀବଶ୍ୟକ। ଗୁଡ଼ ମିଶା ଚା’ ରେ ତନ୍ଦୁରି ଫ୍ଲେବର ଆସିଥାଏ। ଏହାର ସ୍ୱାଦ ଚିନି ମିଶା ଚା’ ଠାରୁ ସମ୍ପୁର୍ଣ୍ଣ ଅଲଗା।

ପୁଦିନା – ଏକ କପ ଚା’ରେ କେତେ ମାତ୍ରା : ୧-୨ଟି ପତ୍ର । ଯଦି ଆପଣ ବିନା କ୍ଷୀରରେ ଚା’ କରୁଛନ୍ତି ପୁଦିନାପତ୍ର ବ୍ୟବହାର କରି ଦେଖନ୍ତୁ। ଏହି ଚା’ କେବଳ ସତେଜତା ଦେବନି କିନ୍ତୁ ଏତେ ସୁନ୍ଦର ଫ୍ଲେବର ଦେବଯେ ଆପଣଙ୍କୁ ମଜା ଆସିଯିବ। ଲେମ୍ୱୁ ପୋଦିନା ଚା’କୁ ବହୁତ ଲୋକ ପସନ୍ଦ କରନ୍ତି। ଆଇସ୍ ଟି ରେ ପୋଦିନା ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ।

ଗୁଜୁରାତି – ଏକ କପରେ କେତେ ମାତ୍ରା :୧-୨ଟି । ଗୁଜୁରାତି ର ସ୍ୱାଦ ଅଦା ସହିତ ଭଲ ଲାଗିଥାଏ। ଚା’ ରେ ଅଧୀକ ଗୁଜୁରାତି ପକାଇବାରୁ ଦୁରେଇ ରୁହନ୍ତୁ। ଯଦି ଆପଣଙ୍କୁ ମିଠା ଚା’ ପସନ୍ଦ ତେବେ ସେଥିରେ ଗୋଟିଏ ଗୁଜୁରାତି ପକାନ୍ତୁ। ଗୁଜୁରାତି ଆପଣଙ୍କ ଚା’ରେ ହର୍ବାଲ ଫ୍ଲେବର ଆଣିଥାଏ। ଏହା ଆପଣଙ୍କ ଚା’ର ସ୍ୱାଦ ଦ୍ୱିଗୁଣିତ କରିଥାଏ।

କଳା ଲୁଣ – ଏକ କପ ଚା’ରେ କେତେ ମାତ୍ରା : ୧-୪ ଛୋଟ ଚାମଚ । ଯଦି ଆପଣ ଗଳା ବସିଯାଇଛି , କଥା କହିପାରୁ ନାହାନ୍ତି ତ କଳାଲୁଣ ଚା’ ଆପଣଙ୍କୁ ବହୁତ ଉପକାରୀ ହୋଇପାରିବ। ଥରେ ଏହାକୁ ଆପଣ ଚେଷ୍ଠା କରି ଦେଖନ୍ତୁ ନିଜେ ବୁଝି ଏହା କେତେ ଲାଭଦାୟକ।

ଏହି ସବୁ ଉପାଦାନ ଚା’ ରେ ମିଶାଯାଏ। କିନ୍ତୁ ଯଦି କୌଣସି ଉପାଦାନ ସହିତ ଆପଣଙ୍କର ସମସ୍ୟା ଅଛି ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ। କେବଳ ଚା’ ପିଇଲେ ଆପଣ ସୁସ୍ଥ ହେବେ ଏଥିପାଇଁ ଆପଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

Leave a Reply

Your email address will not be published.