ସିଜା ବାଦାମ ଦେଇଥାଏ ଅନେକ ରୋଗରୁ ମୁକ୍ତି

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ବାଦାମ ଶରୀର ପାଇଁ ବହୁ ହିତକର ବୋଲି ବିବେଚନା କରାଯାଏ । ବାଦମରେ ବହୁ ପରିମାଣରେ ପ୍ରୋଟିନ ରହିଛି ଯାହା ଶାରୀରିର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ୧୦୦ ଗ୍ରାମ ବାଦାମ ପ୍ରାୟ ଏକ ଲିଟର କ୍ଷୀର ସହ ସମାନ। ଯଦି ଆପଣ ନିୟମିତ କ୍ଷୀର ପିଇ ପାରୁନାହାନ୍ତି, ୨ଟି ଲେଖାଏଁ ବାଦାମ ନିଶ୍ଚୟ ଖାଆନ୍ତୁ ।

ସିଝା ବାଦାମ ଖାଇବା ଦ୍ୱାରା ଆମ ଶରୀର ଖୁବ ଫୂର୍ତ୍ତି ଲାଗେ । ନିଜ ଆହାରରେ ସିଝା ବାଦାମ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଏଥିରେ ଅଧିକ ପରିମାଣରେ ଫାଇବର ଥାଏ, ତେଣୁ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହେବା ସହ ଅନ୍ତନଳୀ ମଧ୍ୟ ସଫା ରହିଥାଏ ।

ଏହାସହିତ ଶରୀରରେ ମେଟାବୋଲିଜିମ ସ୍ତର ଠିକ ରହିଥାଏ । ଯାଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ । ହୃଦଜନିତ ସମସ୍ୟା, କୋଷ୍ଠକାଠିନ୍ୟ, ମଧୁମେହ, ମୋତିଆବିନ୍ଦୁ, ଭଳି ସମସ୍ୟା ଦୂର ହୋଇଥାଏ । ପିଲାମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ମାଂସପେଶୀ ଓ ହାଡ଼କୁ ଶକ୍ତ କରିଥାଏ । ହାଡ଼ ଶକ୍ତ କରେ ।
ବାଦାମରେ ଥିବା କ୍ୟାଲସିୟମ ଏବଂ ଭିଟାମିନ ହାଡ଼କୁ ଶକ୍ତ କରିଥାଏ । ତେଣୁ ଏହାକୁ ନିୟମିତ ଖାଇବା ଦ୍ୱାରା ଆମ ହାଡ଼ ଖୁବ ଶକ୍ତ ହୋଇଥାଏ।

କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ –
ବାଦାମରେ ଓଲିକ ଏସିଡ଼ ରହିଛି। ଯାହା ରକ୍ତରେ ଖରାପ କୋଲେଷ୍ଟେରୋଲର ପ୍ରଭାବକୁ କମ କରି ଭଲ କୋଲେଷ୍ଟେରୋଲର ମାତ୍ରାକୁ ବୃଦ୍ଧି କରେ। କୋଲେଷ୍ଟେରୋଲରମାତ୍ରାକୁ ନିୟନ୍ତ୍ରଣ ମଧ୍ୟ କରେ।

ହୃଦୟକୁ ରଖିଥାଏ ସୁସ୍ଥ –
ସପ୍ତାହକୁ ୩ ରୁ ୪ ଥର ବାଦାମ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ହୃଦୟକୁ ସୁସ୍ଥ ରଖିବା ସହ ହୃଦୟ ଜନିତ ସମସ୍ୟା ଦୂର କରିଥାଏ।
ଦୁଶ୍ଚିନ୍ତା ଦୂର କରେ –
ବାଦାମରେ ଥିବା ପୋଷକ ତତ୍ତ୍ୱ ଦୁଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରେ।

Leave a Reply

Your email address will not be published.