ଦଳରୁ ଇସ୍ତଫା ଦେବେ କ୍ୟାପଟେନ ଅମରିନ୍ଦର ସିଂ

ପଞ୍ଜାବ, (ନାଗରାଜ ନ୍ୟୁଜ ): କ୍ୟାପଟେନ ଅମରିନ୍ଦର ସିଂ ଖୁବ୍ ଶୀଘ୍ର କଂଗ୍ରେସରୁ ଇସ୍ତଫା ଦେବେ । ସେ ଟ୍ୱିଟ୍ କରି ଜଣାଇଛନ୍ତିଯେ, ସେ ବିଜେପିରେ ଯୋଗଦେବେ ନାହିଁ କିନ୍ତୁ କଂଗ୍ରେସରେ ଆଉ ରହିବାର ଉଦ୍ଦେଶ୍ୟ ନାହିଁ । ସେ ଏକଥା ମଧ୍ୟ କହିଛନ୍ତି ଯେ, ୫୨ ବର୍ଷ ଧରି ସେ ରାଜନୀତିରେ ଅଛନ୍ତି । ଏବଂ ଦୀର୍ଘ ଦିନ ଧରି କଂଗ୍ରେସରେ ଅଛନ୍ତି । ତଥାପି ଦଳ ତାଙ୍କ କଥା ଶୁଣିଲା ନାହିଁ । ବରିଷ୍ଠ ନେତାମାନଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଉଛି ଏବଂ ସେମାନଙ୍କର କଥା ଶୁଣା ଯାଉନାହିଁ । ବରିଷ୍ଠ ନେତାଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନତା କାରଣରୁ କଂଗ୍ରେସ ହ୍ରାସ ପାଉଛି । ବାସ୍ତବରେ, ସେପ୍ଟେମ୍ବର ୧୮ରେ ନବଜୋତ ସିଂ ସିଦ୍ଧୁଙ୍କ ସହ ବିବାଦ ପରେ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଏହାପରେ ଅମରିନ୍ଦର ସିଂ ୨୮ସେପ୍ଟେମ୍ବରରେ ପ୍ରଥମ ଥର ପାଇଁ ଦିଲ୍ଲୀ ଆସି ବୁଧବାର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ସେବେଠାରୁ ଅମରିନ୍ଦର ସିଂ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି । ତେବେ ବୈଠକ ପରେ ସେ ଟୁଇଟ୍ କରି କହିଛନ୍ତିଯେ, ସେ ଗୃହମନ୍ତ୍ରୀଙ୍କ ସହ କୃଷକଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଅମରିନ୍ଦର ସିଂ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଭେଟିଛନ୍ତି। ଏ ସମ୍ପର୍କରେ କ୍ୟାପଟେନ କହିଛନ୍ତିଯେ, ପଞ୍ଜାବର ସୁରକ୍ଷା ପରିସ୍ଥିତିକୁ ନେଇ ଆଲୋଚନା ହୋଇଛି ।

Leave a Reply

Your email address will not be published.