ବାଲେଶ୍ଵର, (ନାଗରାଜ ନ୍ୟୁଜ ): ଦକ୍ଷିଣ ଓଡିଶାର ଏକମାତ୍ର ସରକାରୀ ପଞ୍ଜିକୃତ ଅନୁଷ୍ଠାନ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ । କଳାକାର ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରିଆସୁଛି ସଙ୍ଘ । ହେଲେ ଏପର୍ଯ୍ୟନ୍ତ ସରକାରଙ୍କ ଦୃଷ୍ଟି ପଡୁନି କଳାକାରଙ୍କ ପ୍ରତି । ବିଭିନ୍ନ ସମୟରେ କଳାକାରମାନେ ମଧ୍ୟ ରାଜରାସ୍ତାକୁ ଯିବାପାଇଁ ପଛାଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାରେ ସଭ୍ୟସଭ୍ୟା ସଂଗ୍ରହ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘର ଜଣେ କର୍ତ୍ତବ୍ୟନିଷ୍ଠ ସଦସ୍ୟ, ବାଲେଶ୍ଵର ଜିଲ୍ଲା ସାମ୍ବାଦିକ, ସାହିତ୍ୟିକ ତଥା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ୱରର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଦ୍ୱାରା ଆରମ୍ଭ ହୋଇଛି କଳାକାର ସଙ୍ଘ ପାଇଁ ସଭ୍ୟସଭ୍ୟା ସଂଗ୍ରହ ଅଭିଯାନ । ଯେହେତୁ ସବୁ କଳାକାର ଗୋଟେ ପରିବାରର ତେଣୁ କଳାକାର ମାନଙ୍କର ହକ ସରକାରଙ୍କ ଠାରୁ ଆଦାୟ କରିବା ଏ ସଙ୍ଘର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ।
ଏହି ଆଧାରରେ କଳାକାର ସଙ୍ଘ ତରଫରୁ ବାଲେଶ୍ଵର ଜିଲ୍ଲା ଖଇରା, ଔପଦା, ନିଳଗିରି, ସୋର ଓ ସିମୁଳିଆ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନ ଏପରିକି ଜିଲ୍ଲା ବାହାରେ ମଧ୍ୟ କୁନିକୁନି ପିଲାମାନଙ୍କୁ ସଙ୍ଗୀତ, ନୃତ୍ୟ ଓ ମଞ୍ଚ ଅଭିନୟରେ ଶିକ୍ଷାଦେଇ ସୁନାମ ଅର୍ଜନ କରିଥିବା ତଥା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବରର କୋଷାଧ୍ୟକ୍ଷ ସନ୍ଦିପ ମାଝୀ ଏବଂ କଳାକ୍ଷେତ୍ରରେ ଶ୍ରୀ ମାଝୀଙ୍କୁ ସହଯୋଗ କରୁଥିବା ଓ ଉତ୍ତମ କଳାରେ ନିପୁଣା ସହଧର୍ମିଣୀ ସୁନିତା ପରିଡାଙ୍କୁ କଳାକାର ପ୍ରମାଣ ପତ୍ର ଓ ଉତ୍ତରୀୟ ଦେଇ ଗତକାଲି ସମ୍ବର୍ଦ୍ଧିତ କରି ନୂତନ ସଭ୍ୟସଭ୍ୟା ତାଲିକାରେ ତାଲିକାଭୁକ୍ତ କରିଛନ୍ତି ମୋ ଅନୁଷ୍ଠାନ ସମ୍ପାଦକ ତଥା ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘର ବାଲେଶ୍ଵର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରା । ଏଥିରେ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ସହଯୋଗ କରିଛନ୍ତି ଔପଦା ବ୍ଲକ ଅଞ୍ଚଳର ସମାଜସେବିକା ସରସ୍ୱତୀ ମାଝୀ । ଏଭଳି ସହଯୋଗ ପାଇଁ ଶ୍ରୀମତୀ ମାଝୀଙ୍କୁ ଅଶେଷ ଅଶେଷ ସାଧୁବାଦ ଜଣାଇଛି ସଂଘ ।