ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ବନାଞ୍ଚଳ ଅଧୀନସ୍ଥ ସୋରିଶିଆପଦା ଜଙ୍ଗଲରେ ମୃତ ହାତୀର ଶବକୁ ବନ ବିଭାଗ ଉଦ୍ଧାର କରିଛି । ହାତୀଟି ପ୍ରାପ୍ତ ବୟସ୍କ ଏବଂ ତିନି ଚାରି ଦିନ ପୂର୍ବରୁ ମରିଯାଇଥିବା ସ୍ଥାନୀୟ ଲୋକେ କହୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ହାତୀଟି ଦୀର୍ଘଦିନ ଧରି ଅସୁସ୍ଥ ଅବସ୍ଥାରେ ପଡ଼ି ରହିଥିଲା । ଆଜି ଖବରପାଇ ଗଣମାଧ୍ୟମର ପ୍ରତିନିଧିମାନେ ପହଞ୍ଚିଥିଲେ । ହେଲେ କପିଳାସ ବନପାଳ ବିଏନ ମିଶ୍ର ହାତୀ ସଂପର୍କରେ କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ । ଏପରିକି ଫଟୋ ଉଠାଇଲେ ପୁଲିସ ଦ୍ଵାରା ଗିରଫ କରିବାକୁ ଧମକ ଦେଇଥିଲେ । ଢେଙ୍କାନାଳ ବନାଞ୍ଚଳ ବନରଖିଙ୍କ ଠାରୁ ଆରମ୍ଭ କରି ଷଡ଼ଙ୍ଗୀ ରେଞ୍ଜର ଓ କପିଳାସ ଏବଂ ଏସଏଫଓ ଓ ଡିଏଫଓ । କ୍ୟାମେରା ସାମ୍ନାରେ ମୁହଁ ଖୋଲୁ ନାହାନ୍ତି ବନ ବିଭାଗ । ଗୋଟେ ସପ୍ତାହ ଭିତରେ ଦୁଇ ଦୁଇଟି ହାତୀ ଷଡ଼ଙ୍ଗୀ ଓ କପିଳାସ ବନାଞ୍ଚଳରେ ଅକାଳ ମୃତ୍ୟୁ ବରଣ କରିବା କଣ ସ୍ପଷ୍ଟ କରୁଛି କି ହାତୀ ଅଭୟାରଣ୍ୟ କେତେ ସୁରକ୍ଷିତ ।
ସୂଚନା ମୁତାବକ କପିଳାସ ରେଞ୍ଜର ମିଶ୍ର ସନ୍ଧ୍ୟା ପର୍ୟ୍ୟନ୍ତ କୌଣସି ସୂଚନା ନଦେବାରୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା । ସର୍ବଦା ହାତୀମାନଙ୍କ ଗତିପଥ ସଂପର୍କରେ ସୂଚନା ପାଇଥାଉ ବୋଲି କହୁଥିବା ଏସିଏଫ ରଶ୍ମୀ ରଞ୍ଜନ ସ୍ୱାଇଁ ଆଜି ଯୋଗାଯୋଗ ରଖିନଥିଲେ । ବନବିଭାଗ କହିବା ଅନୁଯାୟୀ ଯଦି ସେମାନେ ହାତୀମାନଙ୍କ ଗତିପଥ ସଂପର୍କରେ ପ୍ରତିଦିନ ଅପଡେଟ ରିପୋର୍ଟ ରଖୁଛନ୍ତି ତେବେ ଏତେ ଦିନ ଅସୁସ୍ଥ ଅବସ୍ଥାରେ ପଡ଼ି ହାତୀଟି ମରିଗଲା ଏବଂ ଚାରି ଦିନ ପର୍ୟ୍ୟନ୍ତ ବିଭାଗ ନିକଟରେ କୌଣସି ତଥ୍ୟ ମଧ୍ୟ ନଥିଲା । ଯାହା ର୍ଦୁଃଭାଗ୍ୟଜନକ ବୋଲି ସାଧାରଣରେ ଆଲୋଚନା ହେଉଛି ।