ରାଜ୍ୟରେ ୨୪ ଘଣ୍ଟାରେ ୬୨୩ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣରେ ସମାନ୍ୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୨୩ ଆକ୍ଟିଭ୍ କେସ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଛି । ଆଜି ୧୮ ବର୍ଷ ବୟସର ୯୫ ନୂଆ ରୋଗୀ ଚିହ୍ନଟ ହୋଇଥିବାବଳେ ୩୬୨ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୬୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୨୪୪ ଜଣକୁ ବୃଦ୍ଧି ପାଇଛି ।

ଆଜି ଖୋର୍ଦ୍ଧାରୁ ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବଳେ କଟକରୁ ୭୪ ଜଣ, ଢ଼େଙ୍କାନାଳ ଓ ପୁରୀ ଜିଲ୍ଲାରୁ ୭ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୬ ଜଣ, କୋରାପୁଟ ଓ ନୟାଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୩ ଜଣ ଲେଖାଏଁ, ଜଗତସିଂହପୁର ୨୯ ଜଣ,ବାଲେଶ୍ୱର ଓ ଯାଜପୁର ଜିଲ୍ଲାରୁ ୨୮ ଜଣ ଲେଖାଏଁ, ମୟୂରଭଞ୍ଜରୁ ୧୮ ଜଣ, ସମ୍ବଲପୁରରୁ ୧୫ ଜଣ, ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ୧୩ ଜଣ ଲେଖାଏଁ, ଗଞ୍ଜାମରୁ ୧୨ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, ଦେବଗଡ଼ରୁ ୨ ଜଣ, ଗଜପତି, କଳାହାଣ୍ଡି, କନ୍ଧମାଳ,ନବରଙ୍ଗପୁର, ରାୟଗଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ, ଷ୍ଟେଟ୍ ପୋଲ୍‌ରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.