ଭୂବନେଶ୍ବର: ରାଜ୍ୟରେ ନିୟନ୍ତ୍ରାଧିନ ହେବାକୁ ଲାଗିଲାଣି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୩୪ରେ ପହଁଚିଛି । ଏଯାବତ ରାଜ୍ୟରେ ୯ ଲକ୍ଷ ୩୭ ହଜାର ୪୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬ ହଜାର ୫୧୯ ଜଣ ସୁସ୍ଥ ହୋଇ ସାରିଛନ୍ତି ।
ଆଜି କେନ୍ଦ୍ରାପଡ଼ାରେ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଅନୁଗୁଳରେ ୧, ବରଗଡ଼ରେ ୭, କଟକରେ ୨, ଢେଙ୍କାନାଳରେ ୨, ଗଜପତିରେ ୧, ଗଞ୍ଜାମରେ ୬, ଯାଜପୁରରେ ୧, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୧, କେନ୍ଦୁଝରରେ ୨, ଖୋର୍ଦ୍ଧାରେ ୧୧, ମୟୂରଭଞ୍ଜରେ ୧, ନୟାଗଡ଼ରେ ୨, ପୁରୀରେ ୭, ସମ୍ବଲପୁରରେ ୪ ଓ ସୁନ୍ଦରଗଡ଼ରେ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।