ରାଜ୍ୟରେ ଆଜିବି ତଳମୁଁହା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଆଜିବି ତଳମୁହାଁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୧୮ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୦୭୦ ଜଣକୁ ବୃଦ୍ଧି ପାଇଛି‌ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜି ଢ଼େଙ୍କାନାଳରୁ ଜିଲ୍ଲାରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ ୧୫ ଜଣ, ସୁନ୍ଦରଗଡ଼ ରୁ ୧୪ ଜଣ, ରାୟଗଡ଼ାରୁ ୧୩ ଜଣ, ସମ୍ବଲପୁରରୁ ୧୦ ଜଣ, ବରଗଡ଼ରୁ ୯ ଜଣ, ବଲାଙ୍ଗୀରରୁ ୬ ଜଣ, କନ୍ଧମାଳ ଓ ସୋନପୁର ଜିଲ୍ଲାରୁ ୫ ଜଣ ଲେଖାଏଁ, ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧା ଜିଲ୍ଲାରୁ ୩୯୯ ଜଣ, କଟକରୁ ୧୭୭, ଜଗତସିଂହପୁରରୁ ୮୮ ଜଣ, ପୁରୀରୁ ୬୯ ଜଣ, ନୟାଗଡ଼ାରୁ ୫୬ ଜଣ, ଅନୁଗୁଳରୁ ୫୩ ଜଣ, ଯାଜପୁରରୁ ୫୦ ଜଣ, ବାଲେଶ୍ବରରୁ ୪୯ ଜଣ, ମୟୂରଭଞ୍ଜରୁ ୩୫ ଜଣ, କେନ୍ଦ୍ରାପଡ଼ାରୁ ୩୨ ଜଣ, ଗଜପତି ଓ ମାଲକାନଗିରି ଜିଲ୍ଳାରୁ ୩ ଜଣ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼ରୁ ଜଣେ ଏବଂ ଷ୍ଟେଟ୍ ପୋଲ୍‌ରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published.