ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ବଦଳରେ ସାମାନ୍ୟ ବୃଦ୍ଧି ପାଇବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୧୩୨ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ ରୋଗୀ ସଂଖ୍ୟା ୯ଲକ୍ଷ ୯୩ ହଜାର ୫୦୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୭ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଆଜି ଖୋର୍ଦ୍ଧାରୁ ୪୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁରୀରୁ ୨୨ ଜଣ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଳାରୁ ୧୫ ଜଣ ଲେଖାଏଁ, ଭଦ୍ରକରୁ ୧୪ ଜଣ,ଢ଼େଙ୍କାନାଳରୁ ୧୧ ଜଣ, ବରଗଡ଼ ଓ ମାଲକାନଗିରି ଜିଲ୍ଲାରୁ ୧୦ ଜଣ ଲେଖାଏଁ, ଗଜପତିରୁ ୬ ଜଣ, ବଲାଙ୍ଗୀର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରୁ ୭ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରୁ ୪ ଜଣ ଲେଖାଏଁ, କୋରାପୁଟରୁ ୩ ଜଣ, ଗଞ୍ଜାମରୁ ୨ ଜଣ, କଟକରୁ ୧୯୭ ଜଣ, ବାଲେଶ୍ବରରୁ ୭୦ ଜଣ, ଜଗତସିଂହପୁରରୁ ୪୨ ଜଣ, ମୟୂରଭଞ୍ଜରୁ ୪୦ ଜଣ, ନୟାଗଡ଼ରୁ ୩୧ ଜଣ, ଅନୁଗୁଳରୁ ୨୫ ଜଣ, ସୁନ୍ଦରଗଡ଼ରୁ ୨୩ ଜଣ, ଝାରସୁଗୁଡ଼ାର, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।