ବେଲଗାମ ହେଲାଣି କରୋନା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୬୮ ଜୀବନ ନେଲା କରୋନା

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ନିମ୍ନଗାମୀ ହେଉଥିବାବେଳେ ମୃତ୍ୟୁସଂଖ୍ୟା ହାହାକାରର ବିଭୀଷିକା ସୃଷ୍ଟି କଲାଣି । ଦିନ ପ୍ରତିଦିନ ମୃତ୍ୟୁ ସଂଖ୍ୟାରେ ନୂଆ ରେକର୍ଡ ସୃଷ୍ଟି କରୁଛି ମହାମାରୀ । ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୮ ମୁଣ୍ଡ ନେଇଛି କରୋନା ମହାମାରୀ । ୧୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୭୩୦କୁ ବୃଦ୍ଧି ପାଇଛି

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ ଜଣଙ୍କ କରୋନା ଆକ୍ରାନ୍ତ ହୋଇ ପ୍ରାଘଣାତୀ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୭, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରୁ ୬, ସୁନ୍ଦରଗଡ଼ ଜିଲ୍ଲାରୁ ୫, ପୁରୀରୁ ୪ ଜଣ, ଅନୁଗୋଳ ଓ ଯାଜପୁରରୁ ୩, ବଲାଙ୍ଗିର, କଟକ ଓ ଢେଙ୍କାନାଳ ଜିଲାରେ ୨ ଜଣ, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡ ଜିଲାରୁ ୨ ଜଣ, ବାଲେଶ୍ୱର, କନ୍ଧମାଳ ଓ ନୂଆପଡା ଜିଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କର ଜୀବନ ନେଇଛି କରୋନା ।

Leave a Reply

Your email address will not be published.