ଉପରମୁହାଁ କରୋନା ଗ୍ରାଫ, ଆଜି ୧୦୪୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ କରୋନା ଗ୍ରାଫ୍। ଆଜି ରାଜ୍ୟରେ ୧୦୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୫ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୩୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ୩୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୧୩୨ ଜଣ, ଭଦ୍ରକରୁ ୧୫ ଜଣ, ଗଞ୍ଜାମରୁ ୧୧ ଜଣ, ଢ଼େଙ୍କାନାଳରୁ ୧୦ ଜଣ, ସମ୍ବଲପୁରରୁ ୯ ଜଣ, ଦେବଗଡ଼ରୁ ୭ ଜଣ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଳାରୁ ୫ ଜଣ ଲେଖାଏଁ, ବରଗଡ଼, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ, ଜଗତସିଂହପୁରରୁ ୮୧ ଜଣ, ଅନୁଗୁଳରୁ ୫୭ ଜଣ, ପୁରୀରୁ ୩୪ ଜଣ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରୁ ୨୮ ଜଣ ଲେଖାଏଁ, ରାୟଗଡ଼ାରୁ ୨୬ ଜଣ, ବାଲେଶ୍ବରରୁ ୨୩ ଜଣ, କେନ୍ଦଝରରୁ ୧୭ ଜଣ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published.