ରାଜ୍ୟରେ ତଳମୁଁହା କରୋନା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ ତଳମୁଁହା କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୬୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୩୭ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୭୮ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୪ ହଜାର ୧୩୨ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ୪୪୨ ଜଣ, ସମ୍ବଲପୁରରୁ ୧୬ ଜଣ, କେନ୍ଦୁଝରରୁ ୧୫ ଜଣ, କନ୍ଧମାଳରୁ ୧୪ ଜଣ, ନବରଙ୍ଗପୁରରୁ ୧୨ ଜଣ, ବୌଦ୍ଧରୁ ୧୧ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, ଦେବଗଡ଼, ରାୟଗଡ଼ା ଓ ସୋନପୁର ଜିଲ୍ଲାରୁ ୯ ଜଣ ଲେଖାଏଁ, କଟକରୁ ୨୨୯ ଜଣ, ପୁରୀରୁ ୧୨୩ ଜଣ, ବାଲେଶ୍ବରୁ ୯୮ ଜଣ, ଜଗତସିଂହପୁରରୁ ୯୬ ଜଣ, ଅନୁଗୁଳରୁ ୭୨ ଜଣ, ଯାଜପୁରରୁ ୭୦ ଜଣ, ଭଦ୍ରକରୁ ୬୦ ଜଣ, ମୟୂରଭଞ୍ଜରୁ ୪୮ ଜଣ, ନୟାଗଡ଼ରୁ ୪୨ ଜଣ, ଢ଼େଙ୍କାନାଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୦ ଜଣ ଲେଖାଏଁ, ବଲାଙ୍ଗୀର ଓ ଗଞ୍ଜାମ ଜିଲ୍ଲାରୁ ୭ ଜଣ ଲେଖାଏଁ, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, କୋରାପୁଟ ଓ ମାଲକାନଗିିରିରୁ ୪ ଜଣ ଲେଖାଏଁ, ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published.