ଦେଶରେ କମିଲା କରୋନା ସଂକ୍ରମଣ, ୨୪ଘଣ୍ଟାରେ  ୩୦,୦୯୩ ସଂକ୍ରମିତ ଚିହ୍ନଟ, ୩୭୪ ମୃତ

ନାଗରାଜ ନ୍ୟୁଜ୍ : ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ୪ମାସ  ପରେ ସଂକ୍ରମଣ ଟିକେ କମିଥିବା ଏକ ପ୍ରକାର ଆଶ୍ବସ୍ଥିକର ଖବର ଆଣିଛି | ୪ମାସ ପରେ ୩୦,୦୦୦ରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଥିବା ସୂଚନା ମିଳିଛି।| ସେହିଭଳି ସବୁଠାରୁ  ବଡ଼ କଥା ହେଲା ମୃତ୍ୟୁ ସଂଖ୍ୟା ମଧ୍ୟ ୪୦୦ତଳକୁ ଖସିଆସିଛି |

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ୩୭୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୧,୭୪,୩୨୨ ହୋଇ ଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୪,୧୪,୪୮୨ରେ ହୋଇଛି। ଗତ ୨୪ଘଣ୍ଟାରେ ୪୫, ୨୫୪ ଜଣ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି |ଏପର୍ଯ୍ୟନ୍ତ ଦେଶରେ ଏବେ ମୋଟ ୩,୦୩, ୫୩,୭୧୦ଜଣ ସୁସ୍ଥ ହୋଇସାରିଛନ୍ତି , ୪,୦୬,୧୩୦ଟି ସକ୍ରିୟ ମାମଲା ରହିଛି

Leave a Reply

Your email address will not be published.