କରୋନା ନେଲା ପୁଣି ୬୯ ଜୀବନ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରାଧିନ ହେବାକୁ ଲାଗୁଥିବାବେଳେ ମୃତ୍ୟୁ ସଂଖ୍ଯାରେ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୦୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାରୁ ୭ ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ ଜଣ, ନୂଆପଡ଼ା ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡ଼ା, କଳାହାଣ୍ଡି, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published.