କମୁଛି ସଂକ୍ରମଣ, ବଢୁଛି ଚିନ୍ତା

ଭୂବନେଶ୍ବର: ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହାର ହ୍ରାସ ପାଉଥିବାବେଳେ ମୃତ୍ଯୁ ସଂଖ୍ଯା ଚିନ୍ତା ବଢାଉଛି । ଆଜି ରାଜ୍ୟରେ ୪୬ଜଣଙ୍କ ଜୀବନ ନେଇଛି ମହାମାରୀ । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୮୩୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୮୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଖୋର୍ଦ୍ଧାରୁ ୪୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେ ଳେ କୋରାପୁଟରୁ ୫୩, ମାଲକାନଗିରିରୁ ୬୬, ମୟୂରଭଞ୍ଜ ରୁ ୧୯୫, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୧୧୪ ନୂଆପଡାରୁ ୧୬, ପୁରୀରୁ ୧୮୮, ରାୟଗଡାରୁ ୬୧, ସମ୍ବଲପୁରରୁ ୩୧,ଅନୁଗୁଳରୁ ୯୧, ବାଲେଶ୍ବରରୁ ୨୦୮, ବରଗଡରୁ ୨୪, ଭଦ୍ରକରୁ ୧୪୧, ବଲାଙ୍ଗୀରରୁ ୨୨, ବୌଦ୍ଧରୁ ୧୬, କଟକରୁ ୬୧୯, ଦେବଗଡରୁ ୭, ଢେଙ୍କାନାଳରୁ ୪୧, ଗଜପତିରୁ ୯, ଗଞ୍ଜାମରୁ ୨୪ ଜଗତସିଂହପୁରରୁ ୨୧୨ ଜଣ ଆକ୍ରାନ୍ତ ରହିଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୧୭୯, କେଉଁଝରରୁ ୬୪, ସୋନପୁରରୁ ୧୨, ଯାଜପୁରରୁ ୧୯୦, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୨୫ ଓ କନ୍ଧମାଳରୁ ୨୫ସୁନ୍ଦରଗଡରୁ ୬୬ ଓ ଷ୍ଟେଟ ପୁଲରୁ ୬୯ ଜଣ ପଜିଟିଭ ଅଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୬୧୦୯କୁ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୮୮୦୯୯୭ ଜଣ ସୁସ୍ଥ ହୋଇଥିବାବେଳେ ୩୦୯୫୦ ଜଣ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published.