ରାଜ୍ୟରେ ୫୧ ଜଣଙ୍କ କରୋନାରେ ମୃତ୍ୟୁ

ଭୂବନେଶ୍ବର: କରୋନା ମୃତ୍ୟୁ ସଂଖ୍ୟା ବେକାବୁ ହେବାରେ ଲାଗିଲାଣି । ଗତକାଲିଠାରୁ ୫୦ରୁ ଉର୍ଦ୍ଧ୍ବ ସଂକ୍ରମିତଙ୍କ ଜୀବନ ଯାଉଛି । ଆଜି ୨୪ ଘଣ୍ଚା ମଧ୍ୟରେ ୫୧ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାଯାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେ ଳେ ଭଦ୍ରକ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ପୁରୀ ଜିଲ୍ଲାରୁ ଦୁଇଜଣ ଲେଖାଏଁ, ମୟୂରଭଞ୍ଜ, ବରଗଡ ଓ ଢେଙ୍କାନାଳରୁ ୫ ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।

ସେହିଭଳି ନୟାଗଡ, ଯାଜପୁର, ସୁନ୍ଦରଗଡ ଓ କଟକରୁ ୩ ଜଣ ଲେଖାଏଁ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । କନ୍ଧମାଳ, କେନ୍ଦ୍ରପଡ଼ା, କେନ୍ଦୁଝର, ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ କରୋନା ମୃତକଙ୍କ ସଂଖ୍ୟା ୪୨୯୯କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published.