ଭୁବନେଶ୍ୱର, (ନାଗରାଜ ନ୍ଯୁଜ): ରାଜ୍ୟରେ ଦିନ ପ୍ରତିଦିନ କରୋନା ପଜିଟିଭ୍ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୭୯୯ ନୂଆ କେସ୍ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୦୫ ନୂଆ ରୋଗୀ ୧୮ ବର୍ଷ ବୟସର ଚିହ୍ନଟ ହୋଇଥିବାବେଳେ ୪୫୪ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ୩୨୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪ ଜଣକୁ ବୃଦ୍ଧି ପାଇଛି।
ଆଜି ଖୋର୍ଦ୍ଧାରୁ ୨୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଭଦ୍ରକ ଓ କେନ୍ଦୁଝର ଜିଲ୍ଳାରୁ ୧୫ ଜଣ ଲେଖାଏଁ, ସମ୍ବଲପୁରରୁ ୧୩ ଜଣ, ଦେବଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାରୁ ୯ ଜଣ ଲେଖାଏଁ, ଗଞ୍ଜାମରୁ ୮ ଜଣ, ଝାରସୁଗୁଡ଼ାରୁ ୭ ଜଣ, ମାଲକାନଗିରିରୁ ୬ ଜଣ, ବରଗଡ଼ ଓ କନ୍ଧମାଳ ଜିଲ୍ଳାରୁ ୫ ଜଣ ଲେଖାଏଁ, ରାୟଗଡ଼ାରୁ ୪ ଜଣ, ବଲାଙ୍ଗୀର ଓ କୋରାପୁଟ ଜିଲ୍ଳାରୁ ୩ ଜଣ ଲେଖାଏଁ, ବୌଦ୍ଧ, ନୂଆପଡ଼ା ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, କଟକରୁ ୮୪ ଜଣ, ବାଲେଶ୍ବର ୫୯ ଜଣ, ପୁରୀରୁ ୩୯ ଜଣ, ଯାଜପୁରରୁ ୩୪ ଜଣ, ଜଗତସିଂହପୁରରୁ ୩୧ ଜଣ, ମୟୂରଭଞ୍ଜରୁ ୨୭ ଜଣ, କେନ୍ଦ୍ରପଡ଼ାରୁ ୨୧ ଜଣ, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୦ ଜଣ ଲେଖାଏଁ, ନୟାଗଡ଼ରୁ ୧୮ ଜଣ, ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୁଲରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।