ରାଜ୍ୟରୁ କମିବାରେ ଲାଗିଛି କରୋନା ପ୍ରକୋପ, ଆଜି ପୁଣି ୨ ହଜାର ତଳେ ରହିଛି ସଂକ୍ରମଣ ସଂଖ୍ୟା

ଭୂବନେଶ୍ବର: ରାଜ୍ୟରେ କରୋନା ପ୍ରକୋପ ଧିରେ ଧିରେ ଥମିବାରେ ଲାଗିଛି । ଦୀର୍ଘ ଦିନ ହେବ ହାହାକାର ସୃଷ୍ଟି କରିଥିବା କରୋନା ଏବେ ତଳମୁଁହା ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୪୩,୬୭୫ ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ୧୯୩୦ ସଂକମିଙ୍କ ମଧ୍ୟରୁ ୧୧୧୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୧୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଆଜି‌ ଖୋର୍ଦ୍ଧା ଜିଲ୍ଲାରୁ ୪୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋରାପୁଟରୁ ୧, ମାଲକାନଗିରିରୁ ୨୮, ମୟୂରଭଞ୍ଜରୁ ୯୮, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫, ନୁଆପଡାରୁ ୨, ପୁରୀରୁ ୨୭, ରାୟଗଡାରୁ ୩୮, ସମ୍ବଲପୁରରୁ ୨୫, ସୋନପୁରରୁ ୫, ସୁନ୍ଦରଗଡରୁ ୯୪, ଅନୁଗୋଳରୁ ୫୦, ବାଲେଶ୍ୱରରୁ ୧୩୪, ବରଗଡରୁ ୧୨, ଭଦ୍ରକରୁ ୯୮, ବଲାଙ୍ଗୀରରୁ ୧, ବୌଦ୍ଧରୁ ୩, କଟକରୁ ୨୨୦, ଦେଓଗଡରୁ ୮, ଢେଙ୍କାନାଳରୁ ୬୨ ଓ ଗଜପତିରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରୀ ଗଞ୍ଜାମରୁ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଗତ୍ସିଂହପୁରରୁ ୭୫, ଯାଜପୁର ୧୨୫, ଝାରସୁଗୁଡାରୁ ୧୬, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୨୭, କେନ୍ଦ୍ରାପଡାରୁ ୧୨, କେଉଁଝରରୁ ୪୮ ଏବଂ ରାଜ୍ୟ ପୁଲରୁ ୭୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହିତ ଗତ ୨୪ ଘଣ୍ଟାରେ ୨୯୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏହାକୁ ମିଶାଇ ସୁସ୍ଥ ତାଲିକା ୯,୧୫,୪୦୦ ରେ ପହଁଞ୍ଚିଛି । ସରକାର ଟେଂଷ୍ଟି ହାରକୁ ଗୁରୁୁତ୍ୱ ଦେଉଥିବା ବେଳେ ଏବେ ସୁଦ୍ଧା ୧,୪୭,୦୩,୬୫୧ ଜଣଙ୍କ କରୋନା ପରୀକ୍ଷା କରାଯାଇଛି ।

Leave a Reply

Your email address will not be published.