ତଳମୁଁହା ମହାମାରୀ, ୨୪ ଘଣ୍ଟା ମଧ୍ୟରେ ୧୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ ତଳମୁଁହା ମହାମାରୀ । ୨ ହଜାର ତଳକୁ ଖସିଲା ସଂକ୍ରମଣ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୮୩୩ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୬୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୭୧ଟି । ୫ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୦ ଜଣ ଥିବା ବେଳେ କଟକରୁ ୨୪୩, ପୁରୀରୁ ୧୩୯, ବାଲେଶ୍ୱରରୁ ୧୨୯ ଓ ଯାଜପୁରରୁ ୧୧୦ ଜଣ ଅଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୭୭ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୦, ଭଦ୍ରକରୁ ୮୯, ବଲାଙ୍ଗିରରୁ ୨, ଦେବଗଡ଼ରୁ ୬, ଢେଙ୍କାନାଳରୁ ୧୩, ଗଜପତିରୁ ୧୬, ଗଞ୍ଜାମରୁ ୯, ଜଗତସିଂହପୁରରୁ ୬୧, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୬, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୨୪, କୋରାପୁଟରୁ ୯, ମାଲକାନଗିରିରୁ ୧୯, ମୟୂରଭଞ୍ଜରୁ ୫୯, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨୮, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୨୩, ସୋନପୁରରୁ ୧୦ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି।

୧୮୩୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬୭ ହଜାର ୫୪୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୩ ହଜାର ୬୯ ଜଣ ସୁସ୍ଥ ହୋଇସାରିଛନ୍ତି। ୧୮ ହଜାର ୯୧୪ ଜଣ ଚିକିତ୍ସାଧୀନ ରହିଛନ୍ତି।

Leave a Reply

Your email address will not be published.