ରାଜ୍ୟରେ ତଳମୁଁହା ମହାମାରୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୦୨ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୦୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୦ ହଜାର ୮୬୬ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ୩୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭୩ ଜଣ, ସମ୍ବଲପୁରରୁ ୨୪ ଜଣ, ଭଦ୍ରକରୁ ୨୨ ଜଣ, ସୁନ୍ଦରଗଡ଼ରୁ ୨୦ ଜଣ, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରୁ ୧୬ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୧୫ ଜଣ, ଗଞ୍ଜାମରୁ ୧୨ ଜଣ, ରାୟଗଡ଼ାରୁ ୮ ଜଣ, ବରଗଡ଼, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ, ମାଲକାନଗିରିର ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ା ଓ ସୋନୁପର ଜିଲ୍ଲାରୁ ୩ ଜଣ ଲେଖାଏଁ, ବାଲେଶ୍ବରରୁ ୬୩ ଜଣ, ଜଗତସିଂହପୁରରୁ ୬୦ ଜଣ, ପୁରୀରୁ ୫୮ ଜଣ, ଯାଜପୁରରୁ ୫୭ ଜଣ, ଅନୁଗୁଳରୁ ୫୫ ଜଣ, ମୟୂରଭଞ୍ଜରୁ ୩୩ ଜଣ, କେନ୍ଦ୍ରାପଡ଼ାରୁ ୩୨ ଜଣ, ନୟାଗଡ଼ାରୁ ୨୫ ଜଣ, କଳାହାଣ୍ଡି, କୋରାପୁଟ ଓ ନୂଆପଡ଼ା ଜିଳ୍ଳାରୁ ୩ ଜଣ ଲେଖାଏଁ, କଳାହାଣ୍ଡିରୁ ୨ ଜଣ, ଗଜପତିରୁ ଜଣେ ଏବଂ ଷ୍ଟେଟ୍ ପୋଲ୍‌ରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.