ରାଜ୍ୟରେ ତଳମୁଁହା ମହାମାରୀ

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ ତଳମୁଁହା ରହିଛି । ଧୀରେ ଧୀରେ କରୋନା ଦ୍ଵିତୀୟ ଲହର ହ୍ରାସ ପାଉଥିବା ବେଳେ କିନ୍ତୁ ତୃତୀୟ ଲହରର ପ୍ରଭାବ ଅଧିକ ରହିବ ସେଥିଲାଗି ବିଭିନ୍ନ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩୦୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାର ସୂଚନା ଓ ଲୋକସଂପର୍କ ବିଭାଗ ଜଣାଇଛି ।

ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୭୩୮ ଜଣ କ୍ବାରେଣ୍ଟାଇନ ସେଣ୍ଟରର ରହିଥିବାବେଳେ ୧୨୯୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଆଙ୍ଗୁଲରୁ ୧୨୧,ବାଲେଶ୍ବରରୁ ୨୯୦, ବରଗଡରୁ ୩୯, ଭଦ୍ରକରୁ ୧୩୫, ବଲାଙ୍ଗୀରରୁ ୩୦, ବୌଦ୍ଧରୁ ୪୦, କଟକରୁ ୨୯୫, ଦେବଗଡରୁ ୧୧, ଢେଙ୍କାନାଳରୁ ୯୦, ଗଜପତିରୁ ୨୫, ଗଞ୍ଜାମରୁ ୨୬, ଜଗତସିଂହପୁରରୁ ୧୦୭, ଯାଜପୁରରୁ ୨୨୬, ଝାରସୁଗୁଡାରୁ ୧୭, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୧୧୮, କେଉଁଝରରୁ ୬୮, ଖୋର୍ଦ୍ଧାରୁ ୩୮୧, କୋରାପୁଟରୁ ୬୮, ମାଲକାନଗିରିରୁ ୪୩, ମୟୂରଭଞ୍ଜରୁ ୧୬୭, ନବରଙ୍ଗପୁରରୁ ୬୩, ନୟାଗଡ଼ରୁ ୧୪୦, ନୂଆପଡାରୁ ୨୦, ପୁରୀରୁ ୧୮୦, ରାୟଗଡାରୁ ୪୪, ସମ୍ବଲପୁରରୁ ୩୦, ସୋନପୁରରୁ ୨୨, ସୁନ୍ଦରଗଡରୁ ୮୦ ଓ ଷ୍ଟେଟପୁଲରୁ ୭୮ ଜଣ ପଜିଟିଭ ଅଛନ୍ତି ।

ଆଜିର ନୂତନ ମାମଲାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୮୦୫୩୩କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୮୪୦୨୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୬୬୩୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Leave a Reply

Your email address will not be published.