୨ ହଜାର ତଳକୁ ଖସିଛି ସଂକ୍ରମଣ ସଂଖ୍ୟା

ଭୂବନେଶ୍ବର: ଆଜି ରାଜ୍ୟରେ କରୋନା ସଂକ୍ରମଣ ହାର ୨ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ସଂକ୍ରମିତଙ୍କ ମଧ୍ୟରେ ୧୫୧୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୧୧୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ୩୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୬୧, ମାଲକାନଗିରିରୁ ୬୪, ମୟୂରଭଞ୍ଜରୁ ୧୫୫, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୯୨, ନୂଆପଡାରୁ ୮, ପୁରୀରୁ ୧୭୮, ଅନୁଗୁଳରୁ ୮୯, ବାଲେଶ୍ବରରୁ ୩୯୭, ବରଗଡରୁ ୨୧, ଭଦ୍ରକରୁ୧୨୮, ବଲାଙ୍ଗୀରରୁ ୧୧, ବୌଦ୍ଧରୁ ୧୯, କଟକରୁ ୨୬୬, ଦେବଗଡରୁ ୪, ଢେଙ୍କାନାଳରୁ ୬୭, ଗଜପତିରୁ ୧୮, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୩୨, ଯାଜପୁରରୁ ୧୬୨, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୨୦ ଓ କନ୍ଧମାଳରୁ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୫୫, କେଉଁଝରରୁ ୭୦, ରାୟଗଡାରୁ ୪୯, ସମ୍ବଲପୁରରୁ ୨୩, ସୋନପୁରରୁ ୨୫, ସୁନ୍ଦରଗଡରୁ ୨୮ ଓ ଷ୍ଟେଟପୁଲରୁ ୭୩ ଜଣ ସଂକ୍ରମିତ ରହିଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୬୪୨୯କୁ ବୃଦ୍ଧି ପାଇଛି । ସେ ମଧ୍ୟରୁ ୮୭୦୭୮୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୧୬୧୯ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Leave a Reply

Your email address will not be published.