ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୪୯ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୮୮ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୧୮୫ ଜଣବୃଦ୍ଧି ପାଇଛି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୬୯ ହଜାର ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ଖୋର୍ଦ୍ଧାରୁ ୩୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୨୫୦ ଜଣ, ଅନୁଗୁଳରୁ ୧୦୦ ଜଣ, ଜଗତସିଂହପୁରରୁ ୮୫ ଜଣ, ଯାଜପୁରରୁ ୮୦ ଜଣ, ପୁରୀରୁ ୭୮ ଜଣ, କେନ୍ଦ୍ରାପଡ଼ାରୁ ୭୬ ଜଣ, ମୟୂରଭଞ୍ଜରୁ ୭୫ ଜଣ, ଭଦ୍ରକରୁ ୭୧ ଜଣ, ସୁନ୍ଦରଗଡ଼ରୁ ୬୧ ଜଣ, ବାଲେଶ୍ବରୁ ୫୭ ଜଣ, ଢ଼େଙ୍କାନାଳରୁ ୫୦ ଜଣ, କନ୍ଧମାଳରୁ ୩୬ ଜଣ, କେନ୍ଦୁଝରରୁ ୧୮ ଜଣ, ଗଞ୍ଜାମରୁ ୧୬ ଜଣ, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୧୪ ଜଣ ଲେଖାଏଁ, ସମ୍ବଲପୁରରୁ ୧୩ ଜଣ, ବରଗଡ଼ ଓ ସୋନପୁର ଜିଲ୍ଲାରୁ ୧୧ ଜଣ ଲେଖାଏଁ, ବୌଦ୍ଧ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ୯ ଜଣ ଲେଖାଏଁ, ବଲାଙ୍ଗୀରରୁ ୮ ଜଣ, କଳାହାଣ୍ଡିରୁ ୭ ଜଣ, ଝାରସୁଗୁଡ଼ାରୁ ୬ ଜଣ, ଦେବଗଡ଼ରୁ ୪ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।