ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ ଲୁଚକାଳି ଖେଳଖେଳୁଛି । କେତେ କମିଯାଉଛିତ କେତେବେଳେ ବଢି ଯାଉଛି । ଆଜି ରାଜ୍ୟରେ ୨୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି । ଗତ କାଲି ରାଜ୍ୟରେ ୨୫୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ୧୬୧୩ ଜଣ କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୧୯୩ ଟି ଲୋକାଲ କେସ୍ ରହିଛି ।
ତେବେ ଆଜି ମଧ୍ୟ ସର୍ବାଧିକ ଖୋର୍ଦ୍ଧା ଜିଲ୍ଳାରୁ ୫୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟରୁ ୪୪୧, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୫୭, କେନ୍ଦୁଝରରୁ ୭୨, କୋରାପୁଟରୁ ୨୯, ମାଲକାନାଗିରିରୁ ୩୫, ମୟୁରଭଞ୍ଜରୁ ୧୦୯, ନବରଙ୍ଗପୁର ରୁ ୨୦, ନୟାଗଡରୁ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଅନୁଗୋଳରୁ ୧୦୨, ବାଲେଶ୍ୱରରୁ ୧୫୩, ବରଗଡରୁ ୩୩, ଭଦ୍ରକ୍ ରୁ ୮୩, ବଲାଙ୍ଗୀରରୁ ୧୦, ବୌଦ୍ଧରୁ ୯, ଦେବଗଡ ରୁ ୪, ଢେଙ୍କାନାଳରୁ ୧୨୪, ଗଜପତିରୁ ୬, ଗଞ୍ଜାମରୁ ୧୯, ଜଗତସିଂହପୁରୁ ୧୧୯, ଯାଯପୁରରୁ ୨୫୨, ନୂଆପଡାରୁ ୭, ପୁରୀରୁ ୧୩୮, ରାୟଗଡାରୁ ୩୦, ସମ୍ବଲପୁରରୁ ୨୬, ସୁବର୍ଣ୍ଣପୁରୁ ୧୬, ସୁନ୍ଦରଗଡ ୬୫, ଷ୍ଟେଟ୍ ପୁଲରୁ ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାର ୧୩୬ କୁ ବୃଦ୍ଧି ପାଇଛି ।