ରାଜଧାନୀ ଭୁବନେଶ୍ୱରର ଭିମଟାଙ୍ଗି ଲେନ-୧ ଅଞ୍ଚଳରେ ଏକ ବନ୍ଦ ଘରୁ ଅତି ସନ୍ଦେହଜନକ ଭାବରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଘର ବାହାରେ ମହିଳାଙ୍କ ସ୍ୱାମୀ ଉପସ୍ଥିତ ଥିବା ସତ୍ତ୍ୱେ ମହିଳା ଜଣଙ୍କ ମୃତ୍ୟୁ କିପରୀ ହେଲା ତାହା ନେଇ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସବୁଠାରୁ ବଡ କଥା ହେଲା ଦିନ ଦ୍ୱିପ୍ରହରେ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତ ମହିଳା ଜଣଙ୍କ ନାମ ପ୍ରୀୟଦର୍ଶନୀ ସାହୁ ବୋଲି ଜଣାପଡିଛି ।
ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମହିଳାଙ୍କ ମୃତ ଦେହ ଉଦ୍ଧାର କରିବା ସହିତ ଘଟଣାର ଛାନ୍ ଭିନ୍ ଚଳାଇଥିବା ଜଣା ପଡିଛି । ତେବେ ଘଟଣାସ୍ଥଳରେ ଆଉ ଜଣେ ପୁରୁଷ ମଧ୍ୟ ଆହାତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ପୁରୁଷ ଜଣଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ ମହିଳାଙ୍କ ପରିବାର ଲୋକ ଉକ୍ତ ପୁରୁଷ ଜଣଙ୍କୁ ଚିହ୍ନି ନଥିବା କହିଛନ୍ତି ।