ଅଙ୍ଗନବାଡି କର୍ମୀଙ୍କ ଉପରେ ଆକ୍ରମଣ ଘଟଣା, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ନେଇ ଦାବି

ଢେଙ୍କାନାଳ: ଗଁନ୍ଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ଗୋପାଳପୁର ଗ୍ରାମରେ ଜୁନ ୨୧ ତାରିଖ ସନ୍ଧ୍ୟା ୮ଟା ସମୟରେ ଉକ୍ତ ଗ୍ରାମର ସୁଧୀର କୁମାର ନାୟକ, ପିତା ରବିନାରାୟଣ ନାୟକ ନିଶାସକ୍ତ ଅବସ୍ଥାରେ ଏକ ଧାରୁଆ ଅସ୍ତ୍ର ଧରି ସେହି ଗ୍ରାମର ଅଙ୍ଗନବାଡ଼ି କର୍ମୀ ନୀରାବତି ନାୟକଙ୍କ ଘରେ ପସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ନୀରାବତି ଘରୁ ବାହାରକୁ ଆସି ଚିତ୍କାର କରିବା ସମୟରେ ଗ୍ରାମର କିଛି ଲୋକମାନେ ଆସି ସୁଧୀରଙ୍କୁ ରୋକିଥିଲେ । ଏହାପରେ ନୀରବତି ଗ୍ରାମ ସଭାରେ କୌଣସି ସନ୍ତୋଷ ମୂଳକ ଉତ୍ତର ନପାଇ ଆଇନିର ଆଶ୍ରୟ ନେଇ ଗଁଦିଆ ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଗଁଦିଆ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇପାରିନାହିଁ । ଅନ୍ୟପଟେ ଅଭିଯୁକ୍ତ ପୀଡିତାଙ୍କୁ ବାରମ୍ବାର ଧମକ ଦେଉଥିବାର ପୀଡିତାଙ୍କ ଠାରୁ ଶୁଣିବାକୁ ମିଳିଛି । ତତସହିତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ନେଇ ପୀଡିତା ଜଣଙ୍କ ଦାବି କରିଛନ୍ତି ।

ଏନେଇ ଉଭୟ ପୀଡିତା ଏବଂ ଗ୍ରାମବସି ଭୟଭୀତ ଅବସ୍ଥାରେ ଥିବାବେଳେ ଅଭଯୁକ୍ତଙ୍କୁ ୨ ଦିନ ଭିତରେ ଗିରଫ କରାଯିବା ନେଇ ଗଁନ୍ଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁ ଚରଣ ବାରିକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି ‌

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ନାଗରାଜ ନ୍ଯୁଜ୍‌

Leave a Reply

Your email address will not be published.